ଓଡିଶା

odisha

ETV Bharat / city

ଓଡିଆ ଜଜ୍ ଇନ୍ଦ୍ରଜିତ ମହାନ୍ତି ହେଲେ ରାଜସ୍ଥାନ HCର ମୁଖ୍ୟ ବିଚାରପତି

ରାଜସ୍ଥାନ ହାଇକୋର୍ଟର ମୁଖ୍ୟ ବିଚାରପତି ହେଲେ ଓଡିଆ ଜଷ୍ଟିସ ଇନ୍ଦ୍ରଜିତ ମହାନ୍ତି।ଜଷ୍ଟିସ ମହାନ୍ତି ଙ୍କ ନାଁ କୁ ସୁପାରିଶ କରିଛନ୍ତି ସୁପ୍ରିମକୋର୍ଟ କଲେଜିୟମ । ଓଡିଶା ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଇନ୍ଦ୍ରଜିତ ମହାନ୍ତି ଏବେ ବମ୍ବେ ହାଇକୋର୍ଟର ବିଚାରପତି ଅଛନ୍ତି।

ଫାଇଲ ଫଟୋ

By

Published : Aug 30, 2019, 5:42 PM IST

Updated : Aug 30, 2019, 7:29 PM IST

ଭୁବନେଶ୍ବର: ଜଷ୍ଟିସ ଇନ୍ଦ୍ରଜିତ ମହାନ୍ତି ହେବେ ରାଜସ୍ଥାନ ହାଇକୋର୍ଟର ମୁଖ୍ୟ ବିଚାରପତି। ଜଷ୍ଟିସ ମହାନ୍ତି ଙ୍କ ନାଁ କୁ ସୁପାରିଶ କରିଛନ୍ତି ସୁପ୍ରିମକୋର୍ଟ କଲେଜିୟମ । ଓଡିଶା ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଇନ୍ଦ୍ରଜିତ ମହାନ୍ତି ଏବେ ବମ୍ବେ ହାଇକୋର୍ଟର ବିଚାରପତି ଅଛନ୍ତି।

ଖବର ଅନୁଯାୟୀ, ସ୍ବର୍ଗତ ବାରିଷ୍ଠର ରଣଜିତ ମହାନ୍ତିଙ୍କ ସୁପୁତ୍ର ଜଷ୍ଟିସ ଇନ୍ଦ୍ରଜିତ ମହାନ୍ତି ନଭେମ୍ବର 11,1960 ମସିହାରେ ଜନ୍ମଗ୍ରହଣ କରିଥିଲେ। ଜଷ୍ଟିସ ମହାନ୍ତି, ପଶ୍ଚିମବଙ୍ଗର ମାଉଣ୍ଟ ହରମନ ସ୍କୁଲରେ ଯୁକ୍ତ ଦୁଇ ପର୍ଯ୍ୟନ୍ତ ପାଠ ପଢିଥିଲେ । ପରେ ସେ ରେଭେନ୍ଶା କଲେଜ ରେ ବାଣିଜ୍ୟରେ ବିକମ୍ ପାସ୍ କରିଥିଲେ। ସେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ଏଲ ଏଲ ବି ପାସ୍ କରିବା ପରେ କେମ୍ବ୍ରିଜ୍ ବିଶ୍ବବିଦ୍ୟାଳୟରେ ଏଲ ଏଲ ଏମ ପାସ୍ କରିଥିଲେ।

1984 ମସିହାରୁ ସେ ତାଙ୍କର ଆଇନଜୀବି କ୍ୟାରିଅର ଆରମ୍ଭ କରିଥିଲେ। ତାଙ୍କ ବାପାଙ୍କ ଅଧିନରେ ସେ ଅଧୟନ ଆରମ୍ଭ କରିଥିଲେ।1989 ମସିହାରୁ 2006 ମସିହା ପର୍ଯ୍ୟନ୍ତ ରାଜ୍ୟ ଆଇନଜୀବି ପରିଷଦର ସେ ସଦସ୍ୟ ରହିଆସିଛନ୍ତି। ରାଜ୍ୟ ଆଇନଜୀବି ପରିଷଦର ପ୍ରତିନିଧି ଭାବେ ସେ ଓଡିଶାରୁ ପ୍ରତିନିଧିତ୍ୱ କରିଥିଲେ। 1998 ମସିହାରୁ 2003 ମସିହା ପର୍ଯ୍ୟନ୍ତ ସେ ଓଡିଶାର ପ୍ରତିନିଧିତ୍ବ କରିଥିଲେ। ଏଥିସହ ସେ ବହୁ ଗୁରୁତ୍ବପୂର୍ଣ ବିଭାଗର ଦାୟିତ୍ବ ମଧ୍ୟ ତୁଲାଇଥିଲେ।

2006 ,ମାର୍ଚ୍ଚ 30 ରେ ଜଷ୍ଟିସ ମହାନ୍ତି ଓଡିଶା ହାଇକୋର୍ଟ ରେ ବିଚାରପତି ଭାବେ ନିଯୁକ୍ତି ପାଇଥିଲେ। ତାଙ୍କର ବଦଳି ପରେ ନଭେମ୍ବର 14,2018 ରେ ସେ ବମ୍ବେ ହାଇକୋର୍ଟରେ ବିଚାରପତି ଭାବେ ଯୋଗ ଦେଇଥିଲେ।

ଭୁବନେଶ୍ବରରୁ ଅଜିତ୍ ଦାସ ଓ କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Last Updated : Aug 30, 2019, 7:29 PM IST

ABOUT THE AUTHOR

...view details