ଓଡିଶା

odisha

ETV Bharat / city

ଓଡିଆ ଝିଅ ଶିଖାଉଛି ବଲିଉଡ ଷ୍ଟାରଙ୍କୁ ମାର୍ଶାଲ ଆର୍ଟ - marshal arts

ଓଡିଆ ଝିଅ ଆଫ୍ରିନା । ଘର ଭୁବନେଶ୍ବରସ୍ଥିତ ସୁନ୍ଦରପଦା । ଜାତୀୟ କିକ୍ ବକ୍ସିଙ୍ଗରେ ସେ ହାସଲ କରିଛନ୍ତି ସ୍ବର୍ଣ୍ଣ ପଦକ । ଖାଲି ପଦକ ନୁହେଁ ଖୁବ କମ୍ ବୟସରେ ଓଡିଶାର ପ୍ରଥମ ଝିଅ ଭାବେ ସେ ଜାତୀୟ କିକ୍ ବକ୍ସିଙ୍ଗରେ ପାଇଛନ୍ତି କୋଚର ମାନ୍ୟତା ।

ଫଟୋ ସୌଜନ୍ୟ: ପ୍ରତିନିଧି ଭୁବନେଶ୍ବର

By

Published : Apr 3, 2019, 9:43 PM IST

ଭୁବନେଶ୍ବର: ପୁରୁଷ ପ୍ରଧାନ ସମାଜରେ ଯେଉଁଠିନାରୀର ସୁରକ୍ଷା ବିପର୍ଣ୍ଣ ହୋଇପଡିଛି, ସେହି ସମୟରେ ନାରୀଟିଏ ନିଜ ସୁରକ୍ଷା ନିଜେ କରିବା ସହିତ ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିଛି । ଆଉ ସମାଜକୁ ଦେଖାଇଦେଇଛିସେ ଅବଳା କି ଦୁର୍ବଳା ନୁହେଁ ।ଏହାର ଜ୍ବଳନ୍ତ ଉଦାହରଣ ହେଉଛନ୍ତି ଆଫ୍ରିନା। ପୁରୁଷଙ୍କ ମେଳରେ ନିଜ ସୁରକ୍ଷା ପାଇଁ ସେ ବାଛିଛନ୍ତି ଏକ ନିଆରା ଉପାୟ । ଆଜି ଆମେ ଏଭଳି ଜଣେ ନାରୀଙ୍କକଥା କହୁଛୁ,ଯିଏ ଆଜିର ସମାଜ ଓ ଅନ୍ୟ ଝିଅ ପାଇଁ ସୃଷ୍ଟି କରିଛନ୍ତି ଉଦାହରଣ ।

ଭିଡିଓ ସୌଜନ୍ୟ: ପ୍ରତିନିଧି ଭୁବନେଶ୍ବର

ଓଡିଆ ଝିଅ ଆଫ୍ରିନା। ଘର ଭୁବନେଶ୍ବରସ୍ଥସୁନ୍ଦରପଦା । ଜାତୀୟ କିକ୍ ବକ୍ସିଙ୍ଗରେ ସେ ହାସଲ କରିଛନ୍ତି ସ୍ବର୍ଣ୍ଣ ପଦକ । ଖାଲି ପଦକ ନୁହେଁ ଖୁବ କମ୍ ବୟସରେ ଓଡିଶାର ପ୍ରଥମ ଝିଅ ଭାବେ ସେ ଜାତୀୟ କିକ୍ ବକ୍ସିଙ୍ଗରେ ପାଇଛନ୍ତି କୋଚର ମାନ୍ୟତା । ଏହାସହ ଫ୍ରେଞ୍ଚ କିକ୍ ବକ୍ସିଙ୍ଗ, ସୁପର ମାର୍ଶାଲ ଆର୍ଟ , ନାନ୍ ଚାକୁ ଭଳି ମାର୍ଶାଲ ଆର୍ଟରେ ମଧ୍ୟ ସେ ପାରଙ୍ଗମ। ବଲିଉଡର ଗୌହର ଖାନ ଠାରୁ ଫରହାନ୍ ଅଖତରଙ୍କ ପର୍ଯ୍ୟନ୍ତ ଅନେକଙ୍କୁ ସେ ଶିଖାଇଛନ୍ତି ମାର୍ଶଲଆର୍ଟ । ଆଉ ଏସବୁର ଶ୍ରେୟ ସେ ଦେଇଛନ୍ତି ନିଜ ପରିବାରକୁ।

ଏସବୁ ଏତେ ସହଜ ନଥିଲା । ମାତ୍ର ନିଜର ଚେଷ୍ଟା ବଳରେ ଆଜି ସେ ସମାଜ ଓ ଅନ୍ୟ ଝିଅଙ୍କ ପାଇଁ ସୃଷ୍ଟି କରି ପାରିଛନ୍ତି ଏକ ସ୍ବତନ୍ତ୍ର ପରିଚୟ ।

ଭୁବନେଶ୍ବରରୁ ସତରୂପା ସାମନ୍ତରାୟ, ଇଟିଭି ଭାରତ

ABOUT THE AUTHOR

...view details