ଓଡିଶା

odisha

ETV Bharat / city

ବିଦେଶରେ ଓଡିଆ ଝିଅଙ୍କ କମାଲ, ମିସ ଲିଟିଲ ପ୍ରତିଯୋଗିତାର ଦ୍ବିତୀୟ

ପୁଣି ବିଦେଶରେ ଓଡିଆ ଝିଅଙ୍କ ଜଲୱା । ହଂକକଂଗ ପ୍ରତିଯୋଗିତାରେ ସଫଳ ହୋଇଛନ୍ତି ସ୍ମାର୍ଟସିଟିର ସାରନ୍ୟା ସମାନ୍ତରାୟ ।

By

Published : Aug 30, 2019, 7:14 AM IST

Updated : Aug 31, 2019, 7:24 PM IST

ଫଟୋ: ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଭୁବନେଶ୍ବର: ଅନ୍ତର୍ଜାତୀୟ ସ୍ତରରେ ମିସ ଲିଟିଲ ପ୍ରତିଯୋଗିତାରେ କମାଲ କଲେ ଭୁବନେଶ୍ବରର ସାରନ୍ୟା ସାମନ୍ତରାୟ । ଦଶ ବର୍ଷର ସାରନ୍ୟା ହଂକକଂଗରେ ଆୟୋଜିତ ହୋଇଥିବା ମିସ ଲିଟିଲ ପ୍ରତିଯୋଗିତାରେ ଦ୍ଵିତୀୟ ସ୍ଥାନ ଅଧିକାର କରିଛନ୍ତି । ଯାହାକୁ ନେଇ ଗର୍ବିତ ତାଙ୍କ ମାତା-ପିତା ।

ଭିଡିଓ: ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଏହି ପ୍ରତିଯୋଗିତାରେ 22ଟି ଦେଶରୁ 64 ପ୍ରତିଯୋଗୀ ଭାଗ ନେଇଥିଲେ । ଚଳିତ ମାସ 23ରୁ 27 ପର୍ଯ୍ୟନ୍ତ ଏହା ହଂକଂଗରେ ଅନୁଷ୍ଠିତ ହୋଇଥିଲା ।

ଫଟୋ: ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ପ୍ରକାଶ ଥାଉକି ସାରନ୍ୟା ସେଣ୍ଟ ଯୋଶଫ ହାଇସ୍କୁଲରେ ପଞ୍ଚମ ଶ୍ରେଣୀରେ ପାଠ ପଢୁଛନ୍ତି । ସାରନ୍ୟା ପିଲାଟି ଦିନରୁ ନାଚ,ଗୀତ ଏବଂ ମଡେଲିଂରେ ରୁଚି ରଖିଆସୁଛନ୍ତି ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Last Updated : Aug 31, 2019, 7:24 PM IST

ABOUT THE AUTHOR

...view details