ଓଡିଶା

odisha

ETV Bharat / city

ମିସେସ୍ ଇଣ୍ଡିଆ ୟୁନିଭର୍ସ କ୍ରାଉନ ପିନ୍ଧିଲେ ଓଡି଼ଆ ଝିଅ

ମିସ ଇଣ୍ଡିଆ ୟୁନିଭର୍ସରେ ଓଡି଼ଆ ଝିଅଙ୍କ କମାଲ । ପ୍ରତିଯୋଗିତାରେ ବିଜେତା ମୁକୁଟ ପିନ୍ଧିଛନ୍ତି ଓଡି଼ଶାର ମୁନମୁନ୍‌ । ଅଧିକ ପଢ଼ନ୍ତୁ...

By

Published : Oct 24, 2019, 4:45 AM IST

ମିସେସ୍ ଇଣ୍ଡିଆ ୟୁନିଭର୍ସ କ୍ରାଉନ ପିନ୍ଧିଲେ ଓଡି଼ଆ ଝିଅ

ଭୁବନେଶ୍ବର: ମରିସସ୍‌ ଠାରେ ଆୟୋଜିତ ମିସେସ ଇଣ୍ଡିଆ ୟୁନିଭର୍ସ ପ୍ରତିଯୋଗିତାରେ ବିଜେତା କ୍ରାଉନ ପିନ୍ଧିଛନ୍ତି ଓଡ଼ିଆ ଝିଅ ମୁନ୍‌ମୁନ୍‌ ସିଂ । ଏହି ସଫଳତା ପାଇଁ ସେ ଜଣେ ଓଡ଼ିଆ ଭାବେ ଗର୍ବ କରନ୍ତି ବୋଲି ହୋଟେଲ ନ୍ୟୁ ମାରିୟନରେ ହୋଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ।

ମିସେସ୍ ଇଣ୍ଡିଆ ୟୁନିଭର୍ସ କ୍ରାଉନ ପିନ୍ଧିଲେ ଓଡି଼ଆ ଝିଅ

ମିସେସ ଇଣ୍ଡିଆ ୟୁନିଭର୍ସ ପ୍ରତିଯୋଗିତାର ଫାଇନାଲ ରାଉଣ୍ଡରେ ସେ 38 ଜଣ ପ୍ରତିଯୋଗୀଙ୍କ ସହ ମଞ୍ଚକୁ ଓହ୍ଲାଇଥିଲେ ମୁନ୍‌ମୁନ୍‌ । କିନ୍ତୁ ସମସ୍ତଙ୍କୁ ପଛରେ ପକାଇ ବିଜେତାର ମୁକୁଟ ପିନ୍ଧିଥିଲେ ସେ। ଭିସେରା ମଡେଲ ମ୍ୟାନେଜମେଣ୍ଟ ପକ୍ଷରୁ ଅଗଷ୍ଟ 10 ତାରିଖରେ ଭୁବନେଶ୍ବରରେ ଏହାର ଅଡିସନ ହୋଇଥିଲା । ସେଠାରେ ମୁନ୍‌ମୁନ୍‌ଙ୍କ ସମେତ ଆଉ 7 ଜଣଙ୍କୁ ବଛା ଯାଇଥିଲା । ପରେ ମୁନ୍‌ମୁନ୍ ଗୋଲ୍ଡ ବର୍ଗରେ ମରିସସ୍‌ଠାରେ ମିସେସ ଇଣ୍ଡିଆ ୟୁନିଭର୍ସର ମୁକୁଟ ପିନ୍ଧିଥିଲେ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

ABOUT THE AUTHOR

...view details