ଓଡିଶା

odisha

ETV Bharat / city

OCS ଟପ୍ପରଙ୍କ ମୁହଁରୁ ସଫଳତାର କାହାଣୀ, ଆଗାମୀ ପିଢିଙ୍କୁ ଦେଲେ ଗୁରୁମନ୍ତ୍ର - ଭୁବନେଶ୍ବର ଖବର

ପ୍ରକାଶ ପାଇଛି ଓଡ଼ିଶା ସିଭିଲ ସର୍ଭିସେସ ପରୀକ୍ଷା ଫଳ । ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ଦ୍ଵାରା ପରିଚାଳିତ ଏହି ପରୀକ୍ଷାରେ ମୋଟ 392 ଜଣ କୃତକାର୍ଯ୍ୟ ହୋଇଛନ୍ତି । ଅଧିକ ପଢ଼ନ୍ତୁ

ଓସିଏସ୍‌ ପରୀକ୍ଷାରେ ପ୍ରଥମ ସ୍ଥାନରେ ମହିଳାଙ୍କ ବାଜିମାତ
ଓସିଏସ୍‌ ପରୀକ୍ଷାରେ ପ୍ରଥମ ସ୍ଥାନରେ ମହିଳାଙ୍କ ବାଜିମାତ

By

Published : Oct 9, 2022, 8:05 AM IST

ଭୁବନେଶ୍ବର: ପ୍ରକାଶ ପାଇଛି ଓଡ଼ିଶା ସିଭିଲ ସର୍ଭିସେସ ପରୀକ୍ଷା ଫଳ । ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ଦ୍ଵାରା ପରିଚାଳିତ ଏହି ପରୀକ୍ଷାରେ ମୋଟ 392 ଜଣ କୃତକାର୍ଯ୍ୟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ 148 ଜଣ ମହିଳା ଅଛନ୍ତି । ଲିଖିତ ଓ ମୌଖିକ ତଥା ବ୍ୟକ୍ତିତ୍ବ ପରୀକ୍ଷା ଜରିଆରେ ଏମାନଙ୍କୁ ଯୋଗ୍ୟ ବିବେଚିତ କରିଛନ୍ତି କମିଶନ କର୍ତ୍ତୃପକ୍ଷ । ନିଷ୍ଠା ଓ ଅଧ୍ୟବସାୟ ହିଁ ସଫଳତାର ଚାବି କାଠି ବୋଲି କହିଛନ୍ତି ଓସିଏସ୍ ପରୀକ୍ଷାରେ କୃତିତ୍ବ ଅର୍ଜନ କରିଥିବା ବିଦ୍ୟାର୍ଥୀ ।

ଓସିଏସ୍‌ ପରୀକ୍ଷାରେ ପ୍ରଥମ ସ୍ଥାନରେ ମହିଳାଙ୍କ ବାଜିମାତ

ସିଭିଲ ସର୍ଭିସ ପରୀକ୍ଷାରେ ପ୍ରଥମ ତିନୋଟି ସ୍ଥାନରେ ମହିଳା ପରୀକ୍ଷାର୍ଥୀ ରହିଛନ୍ତି । ପ୍ରଥମ ସ୍ଥାନରେ ତେଜସ୍ୱିନୀ ବେହେରା, ଦ୍ୱିତୀୟ ସ୍ଥାନରେ ଶୁଭଙ୍କରୀ ସୁଦେଷ୍ଣା ଦାଶ ରହିଥିବା ବେଳେ ତୃତୀୟ ସ୍ଥାନରେ ସୃଷ୍ଟି ଶତପଥୀ ରହିଛନ୍ତି । ଶୀର୍ଷ 10 ଜଣଙ୍କ ମଧ୍ୟରେ 7 ଜଣ ଝିଅ ଏବଂ 3 ଜଣ ପୁଅ ଅଛନ୍ତି (OCS exam result declare Tejaswini Behera score 1st rank ) ।

ତେବେ ଏହି ପରୀକ୍ଷାରେ ସଫଳତା ଅର୍ଜନ କରିଥିବା ଟପ 1 ରାଙ୍କରେ ଥିବା ତେଜସ୍ୱିନୀ ବେହେରା କହିଛନ୍ତି ଯେ, ''ସିଭିଲ ସର୍ଭିସ ପରୀକ୍ଷାରେ ଯାହା ଡିମାଣ୍ଡ ରହିଛି ସେହି ଅନୁସାରେ ପାଠ ପଢନ୍ତୁ । ନିଜ ଉପରେ ବିଶ୍ଵାସ ରଖନ୍ତୁ ଏବଂ ସମୟକୁ ନଷ୍ଟ କରନ୍ତୁ ନାହିଁ ''।
ସେହିଭଳି ଟପ 51 ରାଙ୍କ ରାଜେନ୍ଦ୍ର ନାୟକ କୁହନ୍ତି ଯେ, ''ବିନା କୋଚିଙ୍ଗରେ ସଫଳତା ପାଇଛନ୍ତି । ଯେଉଁମାନେ ସିଭିଲ ସର୍ଭିସ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି ସେମାନେ ପୂର୍ବ ପରୀକ୍ଷାର ପ୍ରଶ୍ନପତ୍ର ଦେଖନ୍ତୁ । ଯେଉଁମାନେ ଦୂରଦୁରାନ୍ତରେ ରହୁଛନ୍ତି, ଯେଉଁମାନେ ଠିକ ଭାବରେ କୋଚିଙ୍ଗ ପାଇପାରୁନାହାଁନ୍ତି ସେମାନେ ଯେ କେବଳ କୋଚିଙ୍ଗରେ ପାଇବେ ନହେଲେ ପାଇବା ନାହିଁ, ଏଭଳି ଭାବିବା ଠିକ ନୁହେଁ । ଅନ୍-ଲାଇନରେ ବିଭିନ୍ନ ପ୍ରକାରର ପାଠ୍ୟ ପୁସ୍ତକ ମିଳୁଛି । ଯାହା ଏହି ସିଭିଲ ସର୍ଭିସ ପରୀକ୍ଷା ପାଇଁ ଅନେକ ସାହାର୍ଯ୍ୟ କରିବ ବୋଲି କହିଛନ୍ତି''।

ଦୃଷ୍ଟିବାଧିତ 2ଜଣ ଯୁବକ ମଧ୍ୟ ଏହି ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାରେ ସଫଳତାର ସହ ହୋଇଛନ୍ତି ଉତ୍ତୀର୍ଣ୍ଣ । କୁହାଯାଏ ଯେ, ପଙ୍ଗୁ ଲଂଘୟତେ ଗିରି । ଇଚ୍ଛା ଶକ୍ତି ଥିଲେ, ଅସମ୍ଭବ କାମ ମଧ୍ୟ ସଫଳତାର ସହିତ କରିହେବ । ଏହାକୁ ପ୍ରମାଣିତ କରିଛନ୍ତି ଦୃଷ୍ଟିବାଧିତ ଯୁବକ ପ୍ରସନ୍ନ କୁମାର ପଣ୍ଡା ଓ ପ୍ରାଚୁର୍ଯ୍ୟ ପ୍ରଧାନ । ଉଭୟ ପ୍ରସନ୍ନ ଏବଂ ପ୍ରାଚୁର୍ଯ୍ୟ ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷା 2020 (ଓସିଏସ୍)ରେ 262 ଓ 292 ରାଙ୍କରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ପ୍ରସନ୍ନ ପଣ୍ଡା ରେଭେନସା ବିଶ୍ବବିଦ୍ୟାଳୟ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ପରେ ଦିଲ୍ଲୀସ୍ଥିତ ଜବହାରଲାଲ ନେହରୁ ବିଶ୍ବବିଦ୍ୟାଳୟରେ ଅନ୍ତର୍ଜାତୀୟ ସମ୍ପର୍କ ବିଷୟରେ ପିଏଚଡି କରୁଛନ୍ତି ।

ତେବେ ଏହି ପରୀକ୍ଷାକୁ ନେଇ ପ୍ରସନ୍ନ ପଣ୍ଡା କୁହନ୍ତି, ''ଏହି ପରୀକ୍ଷା ପାଇଁ ଅନେକ ସମସ୍ୟାର ସମ୍ମୁଖୀନ ହୋଇଛି । ବହି ସ୍କାନ କରିକି ପଢିବା, ବିଭିନ୍ନ ବହି ଯୋଗାଡ କରିବା ଆଦି ଅନେକ କଷ୍ଟ କରିଛି । ତେବେ ଆଜି ଯେଉଁ ସଫଳତା ମିଳିଛି ତାହା କେବଳ ଧର୍ଯ୍ୟ ଆଉ ଦୃଢ ଇଚ୍ଛା ଶକ୍ତି ଯୋଗୁଁ ମୋତେ ମିଳିଛି ।

ଏହାସହ ଯେଉଁ ମାନେ ସିଭିଲ ସର୍ଭିସ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି ସେମାନଙ୍କୁ ଦେଇଛନ୍ତି ଗୁରୁମନ୍ତ୍ର । ତାହା ହେଉଛି, ପ୍ରଥମ କରି ଏନସି ଆରଟି ବହିରୁ ପାଠ ପଢିବା । ଏହାସହ ଖବର କାଗଜ ପ୍ରତ୍ୟେକ ଦିନ ପାଠ କରିବା ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ଅଟେ । ସେହିପରି ସିଭିଲ ସର୍ଭିସର ଯେଉଁ ସିଲାବସ ରହିଛି ତାହା ସବୁବେଳେ ନଜରରେ ରଖିବା । ଯାହା ଫଳରେ ସିଲାବସ ଅନୁସାରେ ପାଠ ପଢାକୁ ଆଗକୁ ନେଇପାରିବା । ଏହା ଛଡା ମଧ୍ୟ ଅନ୍-ଲାଇନ ମାଧ୍ୟମରେ ଅନେକ ବହିକୁ ବ୍ୟବହାର କରିପାରିବେ । ପ୍ରତ୍ୟେକ ଦିନ 7 ରୁ 8 ଘଣ୍ଟା ପାଠ ପଢନ୍ତି ପ୍ରସନ୍ନ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details