ଓଡିଶା

odisha

ETV Bharat / city

କଳାବ୍ୟାଚ ପିନ୍ଧି ସାରା ରାଜ୍ୟରେ ନର୍ସଙ୍କ ପ୍ରତିବାଦ

ବିଭିନ୍ନ ସରକାରୀ ଡାକ୍ତରଖାନା ଓ ମେଡ଼ିକାଲ କଲେଜର ନର୍ସମାନେ ଆଜିଠାରୁ ନିଜର ବିଭିନ୍ନ ଦାବି ଉପସ୍ଥାପନ ପୂର୍ବକ କଳାବ୍ୟାଚ ପରିଧାନ କରିଛନ୍ତି ।

ସାରା ରାଜ୍ୟରେ ନର୍ସଙ୍କ ପ୍ରତିବାଦ
ସାରା ରାଜ୍ୟରେ ନର୍ସଙ୍କ ପ୍ରତିବାଦ

By

Published : Dec 27, 2020, 1:13 PM IST

Updated : Dec 27, 2020, 2:00 PM IST

ଭୁବନେଶ୍ବର: କଳାବ୍ୟାଚ ପିନ୍ଧି ସାରା ରାଜ୍ୟରେ ନର୍ସଙ୍କ ପ୍ରତିବାଦ । ବିଭିନ୍ନ ସରକାରୀ ଡାକ୍ତରଖାନା ଓ ମେଡ଼ିକାଲ କଲେଜର ନର୍ସମାନେ ଆଜିଠାରୁ ନିଜର ବିଭିନ୍ନ ଦାବି ଉପସ୍ଥାପନ ପୂର୍ବକ କଳାବ୍ୟାଚ ପରିଧାନ କରିଛନ୍ତି। ନର୍ସି ସେବାରେ ଥିବା କର୍ମଚାରୀଙ୍କ ଦୀର୍ଘଦିନ ଧରି ଥିବା ଦାବି ପ୍ରତି ସରକାର କର୍ଣ୍ଣପାତ କରୁ ନଥିବାରୁ ନର୍ସମାନେ କଳାବ୍ୟାଚ ପିନ୍ଧି ପ୍ରତିବାଦ କରିଛନ୍ତି ।

କଳାବ୍ୟାଚ ପିନ୍ଧି ସାରା ରାଜ୍ୟରେ ନର୍ସଙ୍କ ପ୍ରତିବାଦ

ନର୍ସିଂ କର୍ମଚାରୀମାନଙ୍କୁ ବିଭିନ୍ନ ରାଜ୍ୟରେ ଗ୍ରୁପ-ବି ଅଫିସର ଭାବେ ବିବେଚନା କରାଯାଉଛି। ଅନେକ ଦାବି ପରେ ରାଜ୍ୟର ନର୍ସମାନଙ୍କୁ ଏହା ପ୍ରଦାନ କରାଯାଇଥିଲେ ମଧ୍ୟ ସେମାନଙ୍କ ଦରମା ହାରରେ କୌଣସି ବୃଦ୍ଧି କରା ନଯାଇ ପୂର୍ବଭଳି ଗ୍ରୁପ-ସିର ଦରମା ପ୍ରଦାନ କରାଯାଉଛି।

ଅନେକ ଦିନଧରି ଚାକିରି କଲା ପରେ ମଧ୍ୟ ସେମାନଙ୍କୁ ପଦୋନ୍ନତି ମିଳୁନାହିଁ। ଏପରିକି 25 ରୁ 30 ବର୍ଷ ପର୍ଯ୍ୟନ୍ତ ଗୋଟିଏ ପଦରେ ସେମାନେ କାର୍ଯ୍ୟ କରି ଅବସର ମଧ୍ୟ ନେଉଛନ୍ତି । କିନ୍ତୁ ସେମାନଙ୍କୁ ଯେଉଁ ପଦୋନ୍ନତି ଓ ସୁବିଧା ମିଳିବା କଥା ତାହା ହେଉନାହିଁ ।

ବର୍ତ୍ତମାନ ସରକାର ଓପିଏସସି ମାଧ୍ୟମରେ ନର୍ସମାନଙ୍କୁ ନିଯୁକ୍ତି ଦେବା ପାଇଁ ସ୍ଥିର କରିଛନ୍ତି। ତେବେ ତାହାକୁ ମଧ୍ୟ ଚୁକ୍ତିଭିତ୍ତିକ ହେବ ବୋଲି ସର୍ତ୍ତ ରଖିଛନ୍ତି। ଏହିପରି ଅନ୍ୟାନ୍ୟ ଯଥାର୍ଥ ଦାବି ଯାହା ନର୍ସମାନେ ଅନେକ ଦିନ ଧରି ସରକାରଙ୍କ ନିକଟରେ ଉପସ୍ଥାପନ କରି ଆସୁଛନ୍ତି। ଯାହାକୁ ସରକାର ଅଣଦେଖା କରୁଥିବାରୁ ସାରା ରାଜ୍ୟରେ ନର୍ସମାନେ ଆଜି କଳାବ୍ୟାଚ ପରିଧାନପୂର୍ବକ ପ୍ରତିବାଦ କରୁଛନ୍ତି।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Last Updated : Dec 27, 2020, 2:00 PM IST

ABOUT THE AUTHOR

...view details