ଓଡିଶା

odisha

ETV Bharat / city

ବୁଡିଲାଣି ହାତଲେଖା ଫଳକ ବେଉସା,ଚିନ୍ତାରେ ରାଜ୍ୟ ହାତଲେଖା କଳାକାର ସଙ୍ଘ - ଭୁବନେଶ୍ବର

ସମୟ ସହ ଏବେ ବଜାରକୁ ଆସୁଥିବା ଡିଜିଟାଲ ନମ୍ବରପ୍ଲେଟ ଭିତରେ ଧିରେ ଧିରେ ହଜିବାକୁ ବସିଲାଣି ହାତଲେଖା କଳାକାରଙ୍କ ଚିତ୍ରକଳା ।

ଫଟୋ ସୌଜନ୍ୟ:ପ୍ରତିନିଧି, ଭୁବନେଶ୍ବj

By

Published : Jul 1, 2019, 4:55 PM IST

ଭୁବନେଶ୍ବର: ଧିରେ ଧିରେ ଲୋପ ପାଇବାକୁ ବସିଲାଣି ରାଜ୍ୟ ହାତଲେଖା କଳାକାର ସଙ୍ଘର କୌଳିକ ବୃତ୍ତି । ସମୟ ସହ ଏବେ ବଜାରକୁ ଆସୁଥିବା ଡିଜିଟାଲ ନମ୍ବରପ୍ଲେଟ ଭିତରେ ଧିରେ ଧିରେ ହଜିବାକୁ ବସିଲାଣି ହାତଲେଖା କଳାକାରଙ୍କ ଚିତ୍ରକଳା । ଯାହାକୁ ନେଇ ନିଜ ପେଟପାଟଣା ଚିନ୍ତାରେ ଓଡିଶା ନମ୍ବରପ୍ଲେଟ ଆଣ୍ଡ୍ ଷ୍ଟିକରିଙ୍ଗ ଆଟିଷ୍ଟ ଏସୋସିଏସନ ।

ଭିଡିଓ ସୌଜନ୍ୟ:ପ୍ରତିନିଧି, ଭୁବନେଶ୍ବj

ପୂର୍ବରୁ ବିଭିନ୍ନ ସରକାରୀ ଅଫିସ ମାନଙ୍କରେ ନେମପ୍ଲେଟ ସବୁ ତୁଳୀ ବା ହାତଲେଖା କଳାକାରମାନେ ଲେଖୁଥିଲେ । କିନ୍ତୁ ଧୀରେ ଧୀରେ ଆଉ ସରକାରୀ ଅଫିସ ହଉବା ଆଉ କୌଣସି ଜଗା ସବୁଠାରେ ଏବେ ଆଉ ତୁଳି ବା କାନ୍ଥରେ ନାଁ ଲେଖା ଥିବାର ଦେଖିବାକୁ ମିଳୁନାହିଁ । ପାରମ୍ପାରିକ ହାତଲେଖା କଳାର ସ୍ଥାନ ନେଇଛି ଅତ୍ୟାଧୁନିକ ଡିଜିଟାଲ ନମ୍ବପ୍ଲେଟ । ଯାହାଫଳରେ ସାରା ଓଡ଼ିଶାରେ 25 ହାଜରରୁ ଉର୍ଦ୍ଧ୍ବ କାଳାକାର ନିଜର ବ୍ୟବସାୟକୁ ହରାଇ ବସିଛନ୍ତି ବୋଲି ଆଜି ସଙ୍ଘ ପ୍ରକାଶ କରିଛି ।

ଏହାଦ୍ବାରା ସରକାର ଏହି କାଳାକାରଙ୍କ ପେଟକୁ ଲାତ ମାରିବା ଭଳି କାମ କରିଛନ୍ତି ବୋଲି ଗଣମାଧ୍ୟମ ସମ୍ମୁଖରେ ରାଜ୍ୟ ହାତଲେଖା କାଳାକାରମାନେ କହିଛନ୍ତି । ଯଦି ଆଗାମୀ ଦିନରେ ସରକାର ଏଥିପ୍ରତି ଦୃଷ୍ଟି ନଦିଅନ୍ତି ଆନ୍ଦୋଳନକୁ ଆସିବେ ବୋଲି ଆଜି ସଙ୍ଘ ଚେତାବନୀ ଦେଇଛି ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

ABOUT THE AUTHOR

...view details