ଓଡିଶା

odisha

ETV Bharat / city

ଏଣିକି ଉଚ୍ଚଶିକ୍ଷିତ ହେବେ କଏଦୀ, ଇଗ୍ନୋ ଦେବ ପାଠ୍ୟ ଉପକରଣ - prisoner

ଜେଲରେ ପଢିପାରିବେ କଏଦୀ । ଉଚ୍ଚ ଶିକ୍ଷା ପାଇଁ ଇଚ୍ଛା ରଖୁଥିବା କଏଦୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ଆଣିଛନ୍ତି ଜେଲ ମହାନିର୍ଦ୍ଦେଶକ । ଏନେଇ ସେ ଇଗ୍ନୋ ସହିତ ଆଲୋଚନା କରିଥିବା ଜଣାପଡିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

By

Published : Jul 4, 2019, 11:26 PM IST

ଭୁବନେଶ୍ବର: ଜେଲରେ ପଢିପାରିବେ କଏଦୀ । ଉଚ୍ଚ ଶିକ୍ଷା ପାଇଁ ଇଚ୍ଛା ରଖୁଥିବା କଏଦୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ଆଣିଛନ୍ତି ଜେଲ ମହାନିର୍ଦ୍ଦେଶକ । ଏନେଇ ସେ ଇଗ୍ନୋ ସହିତ ଆଲୋଚନା କରିଥିବା ଜଣାପଡିଛି ।

ଜେଲରେ ଥିବା କଏଦୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି ଜେଲ କର୍ତ୍ତୃପକ୍ଷ । ଯେଉଁ କଏଦୀ ଶିକ୍ଷା ଲାଭ କରିବା ପାଇଁ ଇଚ୍ଛୁକ, ସେମାନେ ଜେଲରେ ମଧ୍ୟ ପାଠ ପଢିବା ସହ ଉଚ୍ଚ ଶିକ୍ଷିତ ହୋଇପାରିବେ । ରାଜ୍ୟରେ ଥିବା ସମସ୍ତ ଜେଲରେ ଏହା ଲାଗୁ କରାଯିବାକୁ ନିଆଯାଇଛି ପଦକ୍ଷେପ । ଏଥିଲାଗି ଇଗ୍ନୋର ଆଞ୍ଚଳିକ ନିର୍ଦ୍ଦେଶକ ଏସ କେ ପାଣିଗ୍ରାହୀଙ୍କ ସହିତ ଜେଲ୍‌ ଏଡିଜି ମହେନ୍ଦ୍ର ପ୍ରତାପ ଆଲୋଚନା କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ତେବେ ଇଗ୍ନୋ ଏହି ପ୍ରସ୍ତାବକୁ ସ୍ବୀକାର କରିବା ସହ ରାଜ୍ୟର ସମସ୍ତ ସବ ଜେଲ, ସର୍କଲ ଜେଲ ଓ ସ୍ୱତନ୍ତ୍ର କାରାଗାରରେ ଥିବା କଏଦୀଙ୍କୁ ମାଗଣାରେ ବହି, ଖାତା ଓ କଲମ ଯୋଗାଇଦେବ । ଏହାସହ ପ୍ରଥମେ ଯେଉଁମାନେ ଇଛା ପ୍ରକାଶ କରନ୍ତି, ଅଧିକ ଶିକ୍ଷା ଲାଭ କ୍ଷେତ୍ରରେ ସମସ୍ତ ସୁବିଧା ଯୋଗାଇ ଦିଆଯିବ ବୋଲି ଜେଲ୍‌ ଏଡିଜି ମହେନ୍ଦ୍ର ପ୍ରତାପ କହିଛନ୍ତି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details