ଓଡିଶା

odisha

ETV Bharat / city

ଗ୍ରାମାଞ୍ଚଳରେ କରି ହେବନି ଉଚ୍ଚା ଘର, ନେବାକୁ ପଡିବ ଅନୁମତି - planning needed for village house

ଏଣିକି ଗାଁରେ ମନଇଚ୍ଛା ଘର କରିହେବ ନାହିଁ । ଘର କରିବାକୁ ହେଲେ ପଞ୍ଚାୟତ ସମିତିର ଅନୁମତି ନେବାକୁ ପଡିବ।

ଫାଇଲ ଫଟୋ

By

Published : Nov 12, 2019, 5:11 PM IST

ଭୁବନେଶ୍ବର: ଏଣିକି ଗାଁରେ ମନଇଚ୍ଛା ଘର କରିହେବ ନାହିଁ । ଘର କରିବାକୁ ହେଲେ ପଞ୍ଚାୟତ ସମିତିର ଅନୁମତି ନେବାକୁ ହେବ । ଯେଉଁଥିପାଇଁ ସରକାରଙ୍କ ପକ୍ଷରୁ ଗେଜେଟ ନୋଟିଫିକେସନ ପ୍ରକାଶ ପାଇଥିବା କହିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ।

ଗ୍ରାମାଞ୍ଚଳରେ କରି ହେବନି ମନଇଚ୍ଛା ଘର, ଆଣିବାକୁ ହେବ ପଞ୍ଚାୟତ ସମିତିର ଅନୁମତି

ଜି+2 ବା ତିନି ମହଲାର ଘର କରିବା ପାଇଁ ପଞ୍ଚାୟତ ସମିତିର ଅନୁମତି ନେବାକୁ ପଡିବ । ଉପଯୁକ୍ତ ପ୍ଲାନିଂ ସହ ପଞ୍ଚାୟତ ସମିତି ପାଖରେ ପ୍ରଥମେ ଆବେଦନ କରିବାକୁ ପଡିବ । ପଞ୍ଚାୟତ ସମିତି ଏହାକୁ ପ୍ରଥମସ୍ତରରେ ମଞ୍ଜୁରୀ ଦେଇ ଟାଉନ ପ୍ଲାନିଂ ପାଖକୁ ପଠାଇ ଚୂଡାନ୍ତ ମଞ୍ଜୁରୀ ଦେବା ପରେ ହିଁ ଘର କରି ହେବ ।

ଏହାଦ୍ବାରା ଭବିଷ୍ୟତରେ ହେବାକୁ ଥିବା ଅସୁବିଧା ହେବ ନାହିଁ ବୋଲି କୁହାଯାଉଛି । ତେବେ ଏହି ନିୟମକୁ ନମାନିଲେ ଦଣ୍ଡବିଧାନର ବି ବ୍ୟବସ୍ଥା ରହିଥିବା ଦର୍ଶାଯାଇଛି । ସେପଟେ ଏପରି ନିୟମକୁ ସ୍ବାଗତ କରିବା ସହ ଏହାର ପ୍ରକୃତ କାର୍ଯ୍ୟକାରୀ ଉପରେ ପ୍ରଶ୍ନ ଉଠାଇଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details