ଓଡିଶା

odisha

ETV Bharat / city

‘ମୋ ବସ’ରେ ମାଗଣାରେ ମିଳିବ ଖବର କାଗଜ - ନ୍ୟୁଜ ପେପର ଅନ ହ୍ବିଲ

ମୋ ବସରେ ଆରମ୍ଭ ହେଲା 'ନ୍ୟୁଜ ପେପର ଅନ ହ୍ବିଲ' । ଏଣିକି ମୋ ବସରେ ମାଗଣାରେ ମିଳିବ ଖବରକାଗଜ । ପରୀକ୍ଷାମୂଳକ ଭାବେ ଏହା କେବଳ ଏସି ବସ ଗୁଡିକରେ ମିଳିବ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

By

Published : Sep 1, 2019, 6:25 PM IST

ଭୁବନେଶ୍ବର: ‘ମୋ ବସ’ରେ ଆରମ୍ଭ ହେଲା 'ନ୍ୟୁଜ ପେପର ଅନ ହ୍ବିଲ' । ଏଣିକି ମୋ ବସରେ ମାଗଣାରେ ମିଳିବ ଖବରକାଗଜ । ପରୀକ୍ଷାମୂଳକ ଭାବେ ଏହା କେବଳ ଏସି ବସ ଗୁଡିକରେ ମିଳିବ । ଏହି ମାଗଣା ସେବା ଯୋଗାଇଛି ମୋ ବସ । ଏଥିରେ ଜଣେ ଯାତ୍ରୀ ଖବରକାଗଜ ପଢି ରଖିବା ସହ ଅନ୍ୟ ଯାତ୍ରୀ ମଧ୍ୟ ଏହାର ସୁଯୋଗ ନେଇପାରିବେ। ଏବେ କେବଳ ଇଂରାଜୀ ଖବରକାଗଜ ଉପଲବ୍ଧ ହେବ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଏହି ସେବା ବର୍ତ୍ତମାନ ପରୀକ୍ଷାମୂଳକ ଭାବରେ କାର୍ଯ୍ୟ କରିବ। ଯଦି ଯାତ୍ରୀ ଏହାକୁ ପସନ୍ଦ କରିବେ ତେବେ ଭବିଷ୍ୟତରେ ପଢିବା ପାଇଁ ବହି ଓ ମାଗାଜିନ ଦିଆଯିବ। କେବଳ ବସରେ ନୁହେଁ ବସଷ୍ଟାଣ୍ଡରେ ମଧ୍ୟ ଏହା ଉପଲବ୍ଧ ହେବ। ଏହାସହ ଏହି ମାସରେ ଓଡିଆ ଖବରକାଗଜ ମଧ୍ୟ ଉପଲବ୍ଧ କରାଯିବ।

ଯାତ୍ରୀମାନେ ମଧ୍ୟ ଏହି ସେବାକୁ ସ୍ବାଗତ କରିଛନ୍ତି। ଏହି ସେବା କିଭଳି ଭାବରେ ସମସ୍ତ ଯାତ୍ରୀଙ୍କ ପାଖରେ ପହଁଞ୍ଚିବ ସେନେଇ ଆଶା କରିଛନ୍ତି ଯାତ୍ରୀ। ଏପରି ବସ ଭିତରେ ପ୍ରଥମ ଥର ପାଇଁ ଖବରକାଗଜ ପଢିବାର ସୁଯୋଗକୁ ନେଇ ଯାତ୍ରୀମାନେ ବହୁତ ଖୁସି ରହିଛନ୍ତି।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details