ଭୁବନେଶ୍ୱର: ଆଦର୍ଶ ଆଚରଣ ବିଧି ଉଲଙ୍ଘନ କରି ସର୍ବସାଧାରଣ ସ୍ଥାନରେ ଲାଗିଥିବା ୭ ଲକ୍ଷ ୧୧ ହଜାର ୭୩୮ଟି ହୋର୍ଡିଂ, ପୋଷ୍ଟର ଆଦିକୁ ହଟାଇ ଦିଆଯାଇଛି । ସେହିପରି ଏପର୍ଯ୍ୟନ୍ତ ବ୍ୟକ୍ତିଗତ ମାଲିକାନାରେ ଥିବା ସ୍ଥାନରେ ବେଆଇନ୍ ଭାବେ ଲାଗିଥିବା ୭୦ ହଜାର ୩୯୩ଟି ହୋର୍ଡିଂ, ପୋଷ୍ଟର ଆଦିକୁ ମଧ୍ୟ ବାହାର କରିଦିଆଯାଇଛି ।
ତୃତୀୟ ପର୍ଯ୍ୟାୟ ମତଦାନ ନିମନ୍ତେ ୪୨ ଗୋଟି ବିଧାନସଭା ଓ ୬ଗୋଟି ଲୋକସଭା ଆସନ ପାଇଁ ଗୁରୁବାର ବିଜ୍ଞାପ୍ତି ପ୍ରକାଶ ପାଇଛି। ପ୍ରଥମ ଦିନରେ ଲୋକସଭା ପାଇଁ କୌଣସି ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିନଥିବା ବେଳେ ୬୩-ଆଠମଲ୍ଲିକ, ୧୧୦-ପିପିଲି ଓ ୧୧୩-ଭୁବନେଶ୍ୱର(ଉତ୍ତର) ବିଧାନସଭା ପାଇଁ ଜଣେ ଲେଖାଏଁ ପ୍ରାର୍ଥୀ ସେମାନଙ୍କର ନାମାଙ୍କନ ପତ୍ର ଦାଖଲ କରିଛନ୍ତି।