ଓଡିଶା

odisha

ETV Bharat / city

ଚିକେନ ନୁହେଁ ବିକ୍ରି ହେଉଥିଲା ଗୋଧିମାଂସ, ରାଜଧାନୀରେ ଚଢାଉ ପରେ ୮ ଗୋଧି ଜବତ

ଚିକେନ କହି ବିକୁଥିଲେ ଗୋଧିମାଂସ । ରାଜଧାନୀରେ ଏପରି ଏକ ଘଟଣା ଅଞ୍ଚଳବାସୀଙ୍କୁ ବିସ୍ମିତ କରିଛି । ଅଧିକ ପଢନ୍ତୁ...

ଚିକେନ ନୁହେଁ ବିକ୍ରି ହେଉଥିଲା ଗୋଧିମାଂସ, ରାଜଧାନୀରେ ଚଢାଉ ପରେ ୮ଗୋଧି ଜବତ
ଚିକେନ ନୁହେଁ ବିକ୍ରି ହେଉଥିଲା ଗୋଧିମାଂସ, ରାଜଧାନୀରେ ଚଢାଉ ପରେ ୮ଗୋଧି ଜବତ

By

Published : Jun 14, 2021, 10:30 PM IST

ଭୁବନେଶ୍ବର:ଚିକେନ ମାଂସରେ ଗୋଧି ମାଂସ ମିଶାଇ ଗ୍ରାହକଙ୍କୁ ବିକ୍ରି । ଚିକେନ କାଉଣ୍ଟରରେ ବିକ୍ରି ହେଉଥିଲା ଏପରି ଅପମିଶ୍ରିତ ମାଂସ । କାରଣ ପୋଲିସର ଚଢାଉ ବେଳେ ସାମ୍ନାକୁ ଆସିଛି ରାଜଧାନୀର ଏପରି ସତ୍ୟ ଘଟଣା । ଲକ୍ଷ୍ମୀସାଗର ଥାନା ଅଧିନ ଝାରପଡା ସ୍ଥିତ ଜଗନ୍ନାଥ ଆଭେନ୍ୟୁ ନିକଟ ଏକ ଚିକେନ ଦୋକାନରୁ ଜବତ ହୋଇଛି ଏପରି ଜୀବନ୍ତ ଗୋଧି । ଖବର ପାଇ ଚଢାଉ କରିଥିଲା ବନବିଭାଗ ଓ କମିଶନରେଟ ପୋଲିସ ।

ଚିକେନ ନୁହେଁ ବିକ୍ରି ହେଉଥିଲା ଗୋଧିମାଂସ, ରାଜଧାନୀରେ ଚଢାଉ ପରେ ୮ଗୋଧି ଜବତ

୮ଟି ଜୀବନ୍ତ ଗୋଧି ଉଦ୍ଧାର ହୋଇଥିବାବେଳେ ୨ଟି ମୃତ ଗୋଧି ମଧ୍ୟ ଜବତ ହୋଇଛି । ବନ ବିଭାଗ ଓ ପୋଲିସର ମିଳିତ ଚଢାଉ ବେଳେ ଏପରି ତଥ୍ଯ ସାମ୍ନାକୁ ଆସିଛି । ତେବେ ସୂଚନାନୁଯାୟୀ ଦିନ ମଜୁରିଆ ଭାବେ କାମକୁ ଯାଇଥିବାବେଳେ ଜଙ୍ଗଲରୁ ଗୋଧି ଦେଖି ନିଜେ ମାଂସ ଖାଇବା ଉଦ୍ଦେଶ୍ୟରେ ଆଣିଥିଲେ ଏମାନେ ବୋଲି ଜବତ ହୋଇଥିବା ଚିକେନ କାଉଣ୍ଟରର ବ୍ୟକ୍ତି ଜଣକ କହିଛନ୍ତି । ସେପଟ ସନ୍ଦେହରେ ପୋଲିସ ମାସ ବିକ୍ରି କରୁଥିବା ୨ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ।


ତୋବେ ମାଂସରେ ଗୋଧି ମାଂସ ମିଶୁଥିଲା କି ନାହିଁ ଏଯାଏ ସ୍ପଷ୍ଟ କରିନି ପୋଲିସ । ଏନେଇ ତଦନ୍ତ ଚାଲିଛି ବୋଲି ସ୍ଥାନୀୟ ପୋଲିସ କହିଛି ।


ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details