ଓଡିଶା

odisha

ETV Bharat / city

ଆସନ୍ତା 24 ଘଣ୍ଟାରେ ଉତ୍ତର ଓଡିଶାରେ କାଳବୈଶାଖୀ ବର୍ଷା !

ଝାଡଖଣ୍ଡ ଓ ପାଶ୍ବବର୍ତ୍ତୀ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ରହିଛି । ଯାହାର ପ୍ରଭାବରେ ଗତ ୨୪ ଘଣ୍ଟା ମଧ୍ୟରେ କାଳବୈଶାଖୀ ବର୍ଷା ପ୍ରାୟ ସମସ୍ତ ଅଞ୍ଚଳରେ ରେକର୍ଡ ହୋଇଛି । ଅଧିକ ପଢନ୍ତୁ...

ଆସନ୍ତା 24 ଘଣ୍ଟାରେ ଉତ୍ତର ଓଡିଶାରେ କାଳବୈଶାଖୀ ବର୍ଷା
ଆସନ୍ତା 24 ଘଣ୍ଟାରେ ଉତ୍ତର ଓଡିଶାରେ କାଳବୈଶାଖୀ ବର୍ଷା

By

Published : May 30, 2020, 10:13 PM IST

ଭୁବନେଶ୍ବର: ରାଜ୍ୟରେ ଜାରି ରହିଛି କାଳବୈଶାଖୀ ବର୍ଷା । ପାଣିପାଗ ବିଭାଗ ସୂଚନାନୁସାରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉତ୍ତର ଓଡିଶାରେ କାଳବୈଶାଖୀ ବର୍ଷା ହେବାର ଆଶଙ୍କା ରହିଛି । ବିଶେଷ କରି ଆଭ୍ୟନ୍ତରୀଣ ଭାଗରେ ଏହି ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ଆସନ୍ତା 24 ଘଣ୍ଟାରେ ଉତ୍ତର ଓଡିଶାରେ କାଳବୈଶାଖୀ ବର୍ଷା
ଆସନ୍ତା 24 ଘଣ୍ଟାରେ ଉତ୍ତର ଓଡିଶାରେ କାଳବୈଶାଖୀ ବର୍ଷା
ଆସନ୍ତା 24 ଘଣ୍ଟାରେ ଉତ୍ତର ଓଡିଶାରେ କାଳବୈଶାଖୀ ବର୍ଷା

ସେହିପରି ବିଜୁଳି ଘଡଘଡି ସହ ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିବ । ମୟୂରଭଞ୍ଜ, କେନ୍ଦୁଝର, କୋରାପୁଟ, ମାଲକାନଗିରି, ରାୟଗଡା, ନବରଙ୍ଗପୁର, ସମ୍ବଲପୁର, ଦେଓଗଡ, ଗଜପତି ଏବଂ କନ୍ଧମାଳ ଜିଲ୍ଲାରେ ୪୦ରୁ ୫୦ କିଲୋମିଟର ବେଗରେ ପବନ ବୋହିବା ସହ ବିଜୁଳି ଓ ଘଡଘଡି ବର୍ଷା ହେବାର ସମ୍ଭାବନା ରହିଛି । ଏଥିପାଇଁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଙ୍ଗ ଜାରି କରାଯାଇଛି ।

ଝାଡଖଣ୍ଡ ଓ ପାଶ୍ବବର୍ତ୍ତୀ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ରହିଛି । ଯାହାର ପ୍ରଭାବରେ ଗତ ୨୪ ଘଣ୍ଟା ମଧ୍ୟରେ କାଳବୈଶାଖୀ ବର୍ଷା ପ୍ରାୟ ସମସ୍ତ ଅଞ୍ଚଳରେ ରେକର୍ଡ ହୋଇଛି । ବାଲେଶ୍ବରରେ ସର୍ବାଧିକ ୪୨.୬ ମିଲିମିଟର, କୋରାପୁଟରେ ୩୯.୨ ମିଲିମିଟର ଏବଂ ରାୟଗଡାରେ ୩୦ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଭୁବନେଶ୍ବରରେ ମଧ୍ୟ କାଳବୈଶାଖୀ ବର୍ଷା ହେବା ସହ ୩୦ କିଲୋମିଟର ବେଗରେ ପବନ ବୋହିଛି । ଆସନ୍ତା ୪ରୁ ୫ ଦିନ ପାଇଁ କାଳବୈଶାଖୀ ବର୍ଷା ଲାଗି ରହିବ ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ABOUT THE AUTHOR

...view details