ଭୁବନେଶ୍ବର: ଉତ୍ତର-ପୂର୍ବ ଶିକ୍ଷା ସମ୍ମିଳନୀ ୨୦୨୧ (North East Education Conclave 2021)କୁ ଉଦାଘଟନ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ(Dharmendra Pradhan) । ଦେଶର ଶିକ୍ଷା ବ୍ୟବସ୍ଥାରେ ସମାନତା (equality in Education system) ଆଣିବା ପାଇଁ ଗଠନ ହେବ ସ୍ବତନ୍ତ୍ର ଶିକ୍ଷା ଜୋନ (Special education zone)। ନୂଆ ଜାତୀୟ ଶିକ୍ଷା ନୀତି (New national education policy) ଶିକ୍ଷା କ୍ଷେତ୍ରରେ ଏକ ପରିବର୍ତ୍ତନର ଲକ୍ଷ୍ୟ ନେଇ ଆଗକୁ ବଢୁଛି । ନୂଆ ଶିକ୍ଷା ନୀତିର ଛାତ୍ରଛାତ୍ରୀ ବୃହତ ଲାଭାର୍ଥୀ ହେବେ । ଆଜି ଗୌହାଟୀ ଠାରେ ଆୟୋଜିତ ଉତ୍ତର-ପୂର୍ବ ଶିକ୍ଷା ସମ୍ମିଳନୀ ୨୦୨୧କୁ ଉଦଘାଟନ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PM Narendra Modi) ଙ୍କ ଦିଗ୍ଦର୍ଶନରେ ସମଗ୍ର ଭାରତବର୍ଷରେ ଶିକ୍ଷା ବ୍ୟବସ୍ଥାରେ ସମାନତା ଆଣିବା ପାଇଁ ଏକ ସ୍ଵତନ୍ତ୍ର ଶିକ୍ଷା ଜୋନ ଗଠନ କରାଯିବ। ଏନେଇ ଏକ ରୋଡମ୍ୟାପ ପ୍ରସ୍ତୁତ କରାଯାଉଛି । ଭାରତର ଶିକ୍ଷା ଦୃଶ୍ୟପଟ୍ଟରେ ନୂଆ ଜାତୀୟ ଶିକ୍ଷା ନୀତି -୨୦୨୦ ଶିକ୍ଷା କ୍ଷେତ୍ରରେ ଏକ ପରିବର୍ତ୍ତନର ଲକ୍ଷ୍ୟକୁ ନେଇ ଆଗକୁ ବଢୁଛି । ଉତ୍ତର-ପୂର୍ବରେ ରାଷ୍ଟ୍ରୀୟ ଶିକ୍ଷା ନୀତି(national education policy)କୁ ଶୀଘ୍ର କାର୍ଯ୍ୟକାରୀ କରିବା ପାଇଁ ବିଭିନ୍ନ ଦିଗ ଉପରେ ବିଚାର କରାଯାଉଛି । ପ୍ରାଥମିକ ଶିକ୍ଷା ସମୟରୁ ଛାତ୍ରଛାତ୍ରୀମାନଙ୍କୁ ସଠିକ ଶିକ୍ଷା ଦେବା ସହ ଏକବିଂଶ ଶତାବ୍ଦୀରେ ଜ୍ଞାନ ଓ କୌଶଳ ସହିତ ପ୍ରସ୍ତୁତ କରିବା ସହ ଯୁବପିଢି ମାନଙ୍କୁ ବୈଶ୍ବିକ ନାଗରିକ ପାଇଁ ପ୍ରସ୍ତୁତ କରିବାକୁ ଜାତୀୟ ଶିକ୍ଷା ନୀତି ପ୍ରଧାନ୍ୟ ଦେଉଛି ବୋଲି, କହିଛନ୍ତି ଧର୍ମେନ୍ଦ୍ର ।