ଓଡିଶା

odisha

ETV Bharat / city

ପଶ୍ଚିମ ଓଡିଶାରେ ବର୍ଷୁଛି ନିଆଁ ଝୁଲ, 9 ଜିଲ୍ଲାରେ ତାପମାତ୍ରା 40 ଡିଗ୍ରୀ ଟପିଲା

ଟିଟିଲାଗଡ, ବଲାଙ୍ଗୀର ଓ ସୋନପୁରରେ ତାପମାତ୍ରା ଛୁଇଁଲା 45 ଡିଗ୍ରୀ । 9ଟି ଜିଲ୍ଲାରେ ତାପମାତ୍ରା 40 ଡିଗ୍ରୀ ଉପରେ ଥିବା ନେଇ ସୂଚନା ଦେଲା ପାଣିପାଗ ବିଭାଗ । ଆସନ୍ତା 3 ଦିନ ଧରି ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି କହିଛି ବିଭାଗ ।

By

Published : May 10, 2019, 11:40 PM IST

ପ୍ରତିକାତ୍ମକ ଫଟୋ

ଭୁବନେଶ୍ବର: ତତଲା କଡେଇରେ ଭାଜି ହେଉଛି ସାରା ରାଜ୍ୟ । ଅସହ୍ୟ ଗୁଳୁଗୁଳି ସାଙ୍ଗକୁ ମୁଣ୍ଡଫଟା ଖରା । ଜନଜୀବନ ଅସ୍ତବ୍ୟସ୍ତ । ବିଶେଷ କରି ପଶ୍ଚିମ ଓଡିଶାରେ ଅସମ୍ଭାଳ ହୋଇ ପଡିଛି ପରିସ୍ଥିତି। ଟିଟିଲାଗଡ, ବଲାଙ୍ଗୀର ଓ ସୋନପୁରରେ ପାରଦ ଛୁଇଁଛି 45 ଡିଗ୍ରୀ । କେବଳ ପଶ୍ଚିମ ଓଡିଶା ନୁହେଁ ରାଜ୍ୟରେ ଶୁକ୍ରବାର 9ଟି ଜିଲ୍ଲାରେ ତାପମାତ୍ରା 40 ଡିଗ୍ରୀ ଉପରେ ରହିଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ରାଜ୍ୟର 11ଟି ଜିଲ୍ଲାକୁ ହିଟ୍‌ ୱେଭ ଜାରି କରିଛି ପାଣିପାଗ ବିଭାଗ । ଆସନ୍ତା 3 ଦିନ ପର୍ଯ୍ୟନ୍ତ ଏଭଳି ସ୍ଥିତି ରହିବ ବୋଲି ପାଣିପାଗ ବିଭାଗ କହିଛି । ଅନୁଗୁଳ, ବଲାଙ୍ଗୀର, ବରଗଡ଼, ବୌଦ୍ଧ, ନୂଆପଡା, ସୋନପୁର, କଳାହାଣ୍ଡି, ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର ଓ ଦେଓଘର ଆଦି ଜିଲ୍ଲାରେ ଗ୍ରୀଷ୍ମ ଲହରୀ ଅନୁଭୂତ ହେବ । ତେଣୁ ଖରା ସମୟରେ ଘରୁ ନ ବାହାରିବାକୁ ପରାମର୍ଶ ଦେଇଛି ବିଭାଗ ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

ABOUT THE AUTHOR

...view details