ଭୁବନେଶ୍ବର: ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଦ୍ଵାରା ଏକ ଅଣରାଜନୈତିକ ସଙ୍ଗଠନ ‘ୟୁଥ ଫର ଆକ୍ସନ’ ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇଛି। ଏହି ସଙ୍ଗଠନର ମୂଳ ଉଦ୍ଦେଶ୍ୟ ହେଉଛି ରାଜ୍ୟର ଯୁବକଙ୍କୁ ସ୍ବାମୀ ବିବେକାନନ୍ଦଙ୍କ ବାଣୀରେ ପରିଚାଳିତ କରାଇବା ସହ ଦେଶ ଓ ରାଜ୍ୟର ଉତ୍ଥାନ ପାଇଁ ନିରନ୍ତର କାର୍ଯ୍ୟ କରାଇବା।
ପ୍ରତିଷ୍ଠା ହେଲା ଅଣରାଜନୈତିକ ସଙ୍ଗଠନ ‘ୟୁଥ ଫର ଆକ୍ସନ’
ଅଣ ରାଜନୈତିକ ସଙ୍ଗଠନ ‘ୟୁଥ ଫର ଆକ୍ସନ’ ର ଉଦଘାଟନ କରିଛନ୍ତି ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ। ରାଜ୍ୟର ଯୁବକଙ୍କୁ ସ୍ବାମୀ ବିବେକାନନ୍ଦଙ୍କ ବାଣୀରେ ପରିଚାଳିତ କରାଇବା ଏହାର ମୂଳ ଲକ୍ଷ୍ୟ। ପଢନ୍ତୁ ସମ୍ପୂର୍ଣ୍ଣ ଖବର...
ୟୁଥ ଫର ଆକ୍ସନ
ସ୍ଥାନୀୟ ରେଳ ଅଡିଟୋରିୟମ ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, ଆଥଲେଟ ଦୂତୀ ଚାନ୍ଦ ଓ ବିଶିଷ୍ଟ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀ ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ଯୁବପିଢିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।
ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ