ଭୁବନେଶ୍ବର :ଭୁବନେଶ୍ୱର ମହାନଗର ନିଗମ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲର ୬ଷ୍ଠ ଦିବସ ବା ଶେଷ ଦିନ । ଶେଷ ଦିନରେ ନାମାଙ୍କନ ଦାଖଲ ପ୍ରକ୍ରିୟା ଜୋରଦାର ଚାଲିଥିବାବେଳେ ବିଏମସି ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆଶାୟୀଙ୍କ ଭିଡ଼ ଦେଖିବାକୁ ମିଳିଛି । ତିନି ପ୍ରମୁଖ ଦଳ ବିଜେଡି, ବିଜେପି ସହ ଆପ ଓ ସ୍ୱାଧୀନ ପ୍ରାର୍ଥୀମାନେ ଆସି ନାମାଙ୍କନ ଭରୁଛନ୍ତି ।
ତେବେ ମେୟର, ଡେପୁଟି ମେୟର ଓ କର୍ପୋରେଟର ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ହେଉଛି । ଆଜି(ସୋମବାର) ୨୩୩ ଜଣ କର୍ପୋରେଟର ଓ ୪ ଜଣ ମେୟର ପାଇଁ ନାମାଙ୍କନ ଭରିଛନ୍ତି । ତିନି ପ୍ରମୁଖ ଦଳ ସହ ଆପ ଓ କିଛି ସ୍ବାଧୀନ ଦଳର ଆଶାୟୀ ନିଜ ଦଳୀୟ କର୍ମୀ ଓ ସମର୍ଥକଙ୍କ ସହ ଶୋଭାଯାତ୍ରାରେ ଆସି ନାମାଙ୍କନ ପତ୍ର ଭରିଥିଲେ।
ତେବେ ଶେଷ ଦିନରେ ଭିଡ ଥିବାରୁ ୩ ଟା ଭିତରେ ଯେଉଁମାନେ ପହଞ୍ଚିଛନ୍ତି, ସେମାନଙ୍କୁ ଟୋକନ ମିଳି ସାରିଥିବା ବେଳେ ସୁରୁଖୁରୁରେ ହୋଇଥିଲା ନାମାଙ୍କନ। ନାମାଙ୍କନ ପରେ ୯ ତାରିଖରେ ନାମାଙ୍କନ ପତ୍ର ଯାଞ୍ଚ ହୋଇ ୧୦ ତାରିଖରେ ଯୋଗ୍ୟ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ ପାଇବ । ନାମାଙ୍କନ ପତ୍ର ପ୍ରତ୍ୟାହାର ଶେଷ ସମୟ ୧୪ତାରିଖ ଦିନ ୩ଟା ଯାଏଁ ରହିଛି ।