ଓଡିଶା

odisha

ETV Bharat / city

ତୃତୀୟ ପର୍ଯ୍ୟାୟ ମତଦାନ ପାଇଁ ନାମାଙ୍କନ ଦାଖଲ କଲେ ପ୍ରାର୍ଥୀ

ନିର୍ବାଚନକୁ ଶାନ୍ତିଶୃଙ୍ଖଳା ସହ ପରିଚାଳନା ନିମନ୍ତେ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ବିଭିନ୍ନ ଜିଲ୍ଲାରେ ୬୬୦୮ଟି ଜାମିନ ବିହିନ ପରୱାନା କାର୍ଯ୍ୟକାରୀ ହୋଇଛି। ଭାରତୀୟ ପିଙ୍ଗଳ କୋର୍ଡ ୧୦୭/୧୧୬ ଧାରା ଅନୁଯାୟୀ ୩୨୯୫୧ ଜଣଙ୍କୁ ଅଟକ ରଖାଯାଇଛି।

By

Published : Mar 31, 2019, 6:15 AM IST

ଫଟୋ ସୌଜନ୍ୟ: ସମ୍ବାଦଦଦାତା, ଭୁବନେଶ୍ୱର

ଭୁବନେଶ୍ୱର: ତୃତୀୟ ପର୍ଯ୍ୟାୟ ମତଦାନ ନିମନ୍ତେ ୬ ଗୋଟି ଲୋକସଭା ଆସନ ପାଇଁ ଆଜି ୬ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ସେହିପରି ୪୨ଟି ବିଧାନସଭା ଆସନ ପାଇଁ ଆଜି ୧୦ ଜଣ ପ୍ରାର୍ଥୀ ସେମାନଙ୍କର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଶନିବାର ସୁଦ୍ଧା ତୃତୀୟ ପର୍ଯ୍ୟାୟ ଲୋକସଭା ପାଇଁ ୧୨ ଜଣ ଓ ବିଧାନସଭା ପାଇଁ ୩୩ ଜଣ ପ୍ରାର୍ଥୀ ସେମାନଙ୍କର ନାମାଙ୍କନ ପତ୍ର ଦାଖଲ କରିଛନ୍ତି।

ଭିଡିଓ ସୌଜନ୍ୟ: ସମ୍ବାଦଦଦାତା, ଭୁବନେଶ୍ୱର

ନିର୍ବାଚନକୁ ଶାନ୍ତିଶୃଙ୍ଖଳା ସହ ପରିଚାଳନା ନିମନ୍ତେ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ବିଭିନ୍ନ ଜିଲ୍ଲାରେ ୬୬୦୮ଟି ଜାମିନ ବିହିନ ପରୱାନା କାର୍ଯ୍ୟକାରୀ ହୋଇଛି। ଭାରତୀୟ ପିଙ୍ଗଳ କୋର୍ଡ ୧୦୭/୧୧୬ ଧାରା ଅନୁଯାୟୀ ୩୨୯୫୧ ଜଣଙ୍କୁ ଅଟକ ରଖାଯାଇଛି। ୪୧୭୦ ଗୋଟି ଲାଇସେନ୍ସ ପ୍ରାପ୍ତ ବନ୍ଧୁକ ସଂପୃକ୍ତ ଜିଲ୍ଲା ପ୍ରଶାସନଠାରେ ଜିମା ଦିଆଯାଇଛି। ଲାଇସେନ୍ସ ନଥିବା ୧୬୨ଟି ଅସ୍ତ୍ରଶସ୍ତ୍ର ଏବଂ ୨୪୯.୦୩୨ କିଲୋଗ୍ରାମ ବିସ୍ଫୋରକ ଦ୍ରବ୍ୟ ଜବତ କରାଯାଇଛି ।

ରାଜ୍ୟର ବିଭିନ୍ନ ଜିଲ୍ଲାରେ ଅବକାରୀ ବିଭାଗ ଓ ପୋଲିସ ସହାୟତାରେ ପ୍ରାୟ ୭୭୯୭୯.୨୨୫ ଲିଟର ମଦ ଜବତ କରାଯାଇଛି ଯାହାର ଆନୁମାନିକ ମୂଲ୍ୟ ୨ କୋଟି ୨୪ ଲକ୍ଷ ୫୯ ହଜାର ୦୬୨ ଟଙ୍କା ହେବ। ଶନିବାର ସୁଦ୍ଧା ରାଜ୍ୟରେ ଫ୍ଲାଇଂ ସ୍କ୍ୱାଡ୍‌ ଏବଂ ପୋଲିସ୍‌ ଦ୍ୱାରା ୭୦ ଲକ୍ଷ ୭୬ ହଜାର ୭୦ ଟଙ୍କା ଜବତ କରାଯାଇଛି। ଆଦର୍ଶ ଆଚରଣ ବିଧି ଉଲଙ୍ଘନ କରି ଆଜି ସୁଦ୍ଧା ସର୍ବସାଧାରଣ ସ୍ଥାନରେ ଲାଗିଥିବା ୧୧ ଲକ୍ଷ ୫୯ ହଜାର ୧୦୭ଟି ହୋର୍ଡିଂ, ପୋଷ୍ଟର ଆଦିକୁ ହଟାଇ ଦିଆଯାଇଛି।

ସେହିପରି ଏପର୍ଯ୍ୟନ୍ତ ବ୍ୟକ୍ତିଗତ ମାଲିକାନାରେ ଥିବା ସ୍ଥାନରେ ବେଆଇନ୍‌ ଭାବେ ଲାଗିଥିବା ୧ ଲକ୍ଷ ୧୦ ହଜାର ୭୪୪ଟି ହୋର୍ଡିଂ, ପୋଷ୍ଟର ଆଦିକୁ ମଧ୍ୟ ବାହାର କରିଦିଆଯାଇଛି । ରାଜ୍ୟସ୍ତରରେ ଖୋଲାଯାଇଥିବା ନିୟନ୍ତ୍ରଣ କକ୍ଷ ଟେଲିଫୋନ ନଂ ୦୬୭୪-୨୩୯୫୦୧୫କୁ ବର୍ତ୍ତମାନ ସୁଦ୍ଧା ୪୪୬ଟି କଲ୍‌ ଯୋଗେ ନିର୍ବାଚନ ସଂପର୍କିତ ବିଭିନ୍ନ ଅଭିଯୋଗ ବା ସୂଚନା ମିଳିଛି। ରାଜ୍ୟସ୍ତରୀୟ ଭୋଟର ହେଲପ୍‌ ଲାଇନ୍‌ ନଂ-୧୯୫୦କୁ ବର୍ତ୍ତମାନ ସୁଦ୍ଧା ୧୨୩୦୩ଟି ଅଭିଯୋଗ ଗ୍ରହଣ କରାଯାଇ ତାହାର ତ୍ୱରିତ ସମାଧାନ କରାଯାଇଛି । ସି-ଭିଜିଲ୍‌ ଆପ୍‌ ମାଧ୍ୟମରେ ଏପର୍ଯ୍ୟନ୍ତ ୪୭୮ଟି ଅଭିଯୋଗ ଗ୍ରହଣ କରାଯାଇ ସେଥି ମଧ୍ୟରୁ ୪୫୧ଟି
ଅଭିଯୋଗର ସମାଧାନ କରାଯାଇଛି।

ଭୁବନଶ୍ୱରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details