ଓଡିଶା

odisha

ETV Bharat / city

ଏଥର ରାଜଧାନୀ ଦେଖିବନି ମହର୍ଷି କଲେଜ ଡେୟାର ଡେଭିଲ୍ସଙ୍କ ଶୋ’ - ମହର୍ଷି କଲେଜ ଡେୟାର ଡେଭିଲ୍ସ

ରାଜ୍ୟସ୍ତରୀୟ ସ୍ବାଧିନତା ଦିବସରେ ଏଥର ଭୁବନେଶ୍ବର ମହର୍ଷି କଲେଜ ଡେୟାର ଡେଭିଲ୍ସ ଟିମକୁ ନିଜର ଶୋ ପ୍ରଦର୍ଶନ କରିବାକୁ ସୁଯୋଗ ମିଳିନି । ସ୍ଥାନାଭାବ କାରଣ ଦର୍ଶାଇ ସେମାନଙ୍କୁ ଶୋ’ରୁ ବଞ୍ଚିତ କରାଯାଇଛି । ତେଣୁ ସେମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଛି ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

By

Published : Aug 14, 2019, 4:10 PM IST

Updated : Aug 14, 2019, 5:48 PM IST

ଭୁବନେଶ୍ବର: 73ତମ ସ୍ବଧୀନତା ଦିବସ ପାଇଁ ରାଜଧାନୀ ଭୁବନେଶ୍ବର ହୋଇଯାଇଛି ପ୍ରସ୍ତୁତ । ଏଥର ଗାନ୍ଧିମାର୍ଗରେ ନୁହେଁ ପ୍ରଦର୍ଶନୀ ପଡିଆରେ ପାଳନ କରାଯିବ ସ୍ବାଧୀନତା ଦିବସ । ଏଥିପାଇଁ ସମସ୍ତଙ୍କ ମନରେ ଉତ୍ସାହ କିନ୍ତୁ ମନ ମଉଳି ଯାଇଛି ଭୁବନେଶ୍ବର ମହର୍ଷି କଲେଜ ଡେୟାର ଡେଭିଲ୍ସ ଟିମର । କାରଣ ଏଥର ସେମାନେ ଆଉ କରି ପାରିବେନି ନିଜର ଡେୟାର ଡେଭିଲ୍ସ ଶୋ ପ୍ରଦର୍ଶନ । ପ୍ରଦର୍ଶନୀ ପଡିଆରେ ସ୍ଥାନ କମ ଥିବାରୁ ସେଠାରେ ସେମାନଙ୍କ ଶୋ ପ୍ରଦର୍ଶନ କରିବା ସମ୍ଭବପର ହୋଇ ପାରିନାହିଁ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

2012 ମସିହାରୁ କ୍ରମାଗତ ଭାବେ ବାଇକ ମଡେଲରେ ଭାରତୀୟ ବାୟୁସେନାର ବିଭିନ୍ନ ବିମାନ ଯଥା, ସୁଖୋଇ, ମିଗ ଓ ମିରାଜ ଇତ୍ୟାଦିର ପ୍ରଦର୍ଶନ କରୁଥିବା ଏହି ଟିମ କାର୍ଯ୍ୟକ୍ରମର କେନ୍ଦ୍ରବିନ୍ଦୁ ପାଲଟୁଥିଲା । ବେଶ ପ୍ରଶଂସା ସାଉଁଟୁଥିଲା ମହର୍ଷି କଲେଜ ଛାତ୍ରଛାତ୍ରୀଙ୍କ ଏହି ଡେୟାର ଡେଭିଲ୍ସ ଟିମ । କିନ୍ତୁ ସ୍ଥାନ ପରିବର୍ତ୍ତନ ନେଇ ସରକାରଙ୍କ ଘୋଷଣା ପରେ ମନ ଦୁଃଖ କରିଛନ୍ତି ଟିମର ସଦସ୍ୟ । କାରଣ ଏହି ସବୁ ଶୋ ପାଇଁ ତାଙ୍କୁ ଦରକାର ସମାନ୍ତରାଳ ଥିବା ଅଧା କିଲୋମିଟର ରାସ୍ତା ଯାହା ପ୍ରଦର୍ଶନୀ ପଡିଆରେ ଉପଲବ୍ଧ ହୋଇ ପାରୁନାହିଁ । ତଥାପି କିନ୍ତୁ କମିନାହିଁ ଡେୟାର ଡେଭିଲ୍ସଙ୍କ ମନୋବଳ । ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ନ ହେଉ ପଛକେ ସ୍ବାଧୀନତା ଦିବସ ଅବସରରେ ନିଜ କଲେଜ ପଡିଆରେ ଚଳିତ ଥର ପ୍ରଦର୍ଶନ କରିବ ଏହି ଟିମ ।

ତେବେ ସ୍ଥାନ ପରିବର୍ତ୍ତନ ହେବା ନେଇ ଛାତ୍ରଛାତ୍ରୀ ତଥା ଡେୟାର ଡେଭିଲ୍ସ ମୁଖ୍ୟ କହିଛନ୍ତି ଯେ ଏହି ଶୋ କୁ ସରକାର ବନ୍ଦ କରନ୍ତୁ ନାହିଁ । 8 ବର୍ଷ ଧରି ଚାଲିଥିବା ଏହି ପ୍ରଦର୍ଶନ ସଭିଁଙ୍କ ମନରେ ଉତ୍ସାହ ଭରିଥାଏ । ତେଣୁ ସେମାନେ ସରକାରଙ୍କୁ ପୁଣି ଥରେ ଆରମ୍ଭ କରିବା ନେଇ ଅନୁରୋଧ କରିଛନ୍ତି ।


ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Last Updated : Aug 14, 2019, 5:48 PM IST

ABOUT THE AUTHOR

...view details