ଓଡିଶା

odisha

ETV Bharat / city

ସନ୍ଧ୍ୟା ପର୍ଯ୍ୟନ୍ତ ଗେଟ୍‌ ଅପରେସନରେ ହେବନାହିଁ ପରିବର୍ତ୍ତନ କହିଲେ ସର୍ବୋଚ୍ଚ ଯନ୍ତ୍ରୀ - ସର୍ବୋଚ୍ଚ ଯନ୍ତ୍ରୀଙ୍କ ସୂଚନା ହୀରାକୁଦ ଡ୍ୟାମର ଗେଟ ଖୋଲିବ ନାହିଁ

ସନ୍ଧ୍ୟା ପର୍ଯ୍ୟନ୍ତ ହୀରାକୁଦ ଗେଟ୍‌ ଅପରେସନରେ ପରିବର୍ତ୍ତନ ହେବନାହିଁ(no change in Hirakud gate operation) । ଆଉ ଗେ୍ଟ‌ ଖୋଲିବ କି ବନ୍ଦ ହେବ ତାହା ଆଗାମୀ ବୈଠକରେ ନିଷ୍ପତ୍ତି ହେବ । ଏନେଇ ସୂଚନା ଦେଇଛନ୍ତି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ । ଅଧିକ ପଢ଼ନ୍ତୁ

ସନ୍ଧ୍ୟା ପର୍ଯ୍ୟନ୍ତ ଗେଟ୍‌ ଅପରେସନରେ ହେବନାହିଁ ପରିବର୍ତ୍ତନ କହିଲେ EIC
ସନ୍ଧ୍ୟା ପର୍ଯ୍ୟନ୍ତ ଗେଟ୍‌ ଅପରେସନରେ ହେବନାହିଁ ପରିବର୍ତ୍ତନ କହିଲେ EIC

By

Published : Aug 17, 2022, 6:28 PM IST

ଭୁବନେଶ୍ବର: ହୀରାକୁଦରୁ 40ଟି ଗେଟ୍‌ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ । ସନ୍ଧ୍ୟା ପର୍ଯ୍ୟନ୍ତ ହୀରାକୁଦ ଗେଟ୍‌ ଅପରେସନରେ ପରିବର୍ତ୍ତନ ହେବନାହିଁ(no change in Hirakud gate operation) । ଆଉ ଗେ୍ଟ‌ ଖୋଲିବ କି ବନ୍ଦ ହେବ ତାହା ଆଗାମୀ ବୈଠକରେ ନିଷ୍ପତ୍ତି ହେବ । ଏନେଇ ସୂଚନା ଦେଇଛନ୍ତି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ବିଜୟ କୁମାର ମିଶ୍ର ।

ସନ୍ଧ୍ୟା ପର୍ଯ୍ୟନ୍ତ ଗେଟ୍‌ ଅପରେସନରେ ହେବନାହିଁ ପରିବର୍ତ୍ତନ କହିଲେ EIC

ସର୍ବୋଚ୍ଚ ଯନ୍ତ୍ରୀ ବିଜୟ କୁମାର ମିଶ୍ର କହିଛନ୍ତି, "ଛତିଶଗଡ଼ରୁ ହୀରାକୁଦ ଡ୍ୟାମକୁ 6 ଲକ୍ଷ କ୍ୟୁସେକରୁ କମ୍ ବନ୍ୟା ଜଳ ଆସୁଛି । 3ଟା ବେଳେ ଇନ୍‌ ଫ୍ଲୋ ଜଳ 5 ଲକ୍ଷ 95 ହଜାର କ୍ୟୁସେକ ରହିଥିଲା, ଯାହା କ୍ରମଶଃ କମୁଛି । ସେହିପରି ଆଉଟ ଫ୍ଲୋ 6 ଲକ୍ଷ 58 ହଜାର କ୍ୟୁସେକ ରହିଛି । ସନ୍ଧ୍ୟା ପଯ୍ୟନ୍ତ ଗେଟ୍‌ ଅପରେସନରେ ପରିବର୍ତ୍ତନ ହେବନାହିଁ । ଯାହା ଲାଗୁଛି ଆଉ ଗେଟ ଖୋଲିବ ନାହିଁ । ତେବେ ସନ୍ଧ୍ୟାରେ ବସିବାକୁ ଥିବା ବୈଠକରେ ସବୁ ନିଷ୍ପତ୍ତି ନିଆଯିବ ।"

ସର୍ବୋଚ୍ଚ ଯନ୍ତ୍ରୀ ସୂଚନା ଦେଇଛନ୍ତି, "ହୀରାକୁଦ ଉପରେ କୌଣସି ବିପଦ ନାହିଁ । 2003, 2011ରେ ହୀରାକୁଦରେ 628, 629 ମିଟର ପର୍ଯ୍ୟନ୍ତ ଜଳ ରଖାଯାଇଛି । 630 ମିଟର ପର୍ଯ୍ୟନ୍ତ ମଧ୍ୟ ଜଳ ଥରେ ରଖାଯାଇଥିଲା । ବନ୍ୟାଜଳ ପରିଚାଳନା ପାଇଁ ଏପରି କରାଯାଏ । ହୀରାକୁଦ କେତେ ପୋତି ହୋଇଛି, ତାହାର ଷ୍ଟଡି ଚାଲିଛି । ହୀରାକୁଦର ସୁରକ୍ଷା ନେଇ ସତର୍କ ରହିଛି ଜଳସମ୍ପଦ ବିଭାଗ ।"

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details