ଓଡିଶା

odisha

ETV Bharat / city

ଭୀଷଣ ରୂପ ଧାରଣ କଲା ବାତ୍ୟା ’ନିଭାର’,140 କିମି ବେଗରେ ବୋହିବ ପବନ - nivar to slam tamilnadu and puducherry

ଭୀଷଣ ରୂପ ଧାରଣ କରି ସ୍ଥଳ ଆଡକୁ ମାଡି ଆସୁଛି ବାତ୍ୟା ‘ନିଭାର’ । ଆଗାମୀ 12 ଘଣ୍ଟା ମଧ୍ୟରେ ଘନୀଭୂତ ହୋଇ ତୀବ୍ର ବାତ୍ୟାରେ ପରିଣତ ହେବ । ଏହି ସମୟରେ ଘଣ୍ଟା ପ୍ରତି ପବନର ବେଗ 140 କିମି ରହିବ ବୋଲି ଆକଳନ କରାଯାଉଛି । ଅଧିକ ପଢନ୍ତୁ...

ଭୀଷଣ ରୂପ ଧାରଣା କଲା ବାତ୍ୟା ’ନିଭାର’
ଭୀଷଣ ରୂପ ଧାରଣା କଲା ବାତ୍ୟା ’ନିଭାର’

By

Published : Nov 25, 2020, 10:14 AM IST

Updated : Nov 25, 2020, 10:55 AM IST

ଭୁବନେଶ୍ବର: ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ନିଭାର ଅଧିକ ଶକ୍ତିଶାଳୀ ହୋଇ ଆଗକୁ ମାଡି ଆସୁଛି । ବିଳମ୍ବିତ ରାତି 02.30 ସମୟରେ ଏହା ଭୀଷଣ ରୂପ ଧାରଣା କରିଛି । ‘ନିଭାର’ ଏବେ ଠାରୁ ଅଧିକ ଘନୀଭୂତ ହେବାରେ ଲାଗିଛି । ବାତ୍ୟା ବର୍ତ୍ତମାନ ଚେନ୍ନାଇ ଠାରୁ ଦକ୍ଷିଣ ପୂର୍ବରେ 270 କିମି , ପୁଡୁଚେରୀ ଠାରୁ ଦକ୍ଷିଣ ପୂର୍ବ ଦିଗର 310 କିମି ଦୂରରେ ରହିଥିବା ଅନୁମାନ କରାଯାଉଛି । ଆଗାମୀ 12 ଘଣ୍ଟାରେ ଏହା ଘନୀଭୂତ ହୋଇ ତ୍ରୀବ ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି ।

ଭୀଷଣ ରୂପ ଧାରଣ କଲା ବାତ୍ୟା ’ନିଭାର’,140 କିମି ବେଗରେ ବୋହିବ ପବନ

ଏହା ପଶ୍ଚିମ ,ଉତ୍ତର ପଶ୍ଚିମ ଦିଗରେ ଗତି କରି ରାତ୍ରି ସମୟରେ ତାମିଲନାଡୁ ଓ ପୁଡୁଚେରୀ ଉପକୂଳ କଡ଼ାଇକେଲ ଓ ମାଲାଲାମପୁରମ ପଣ୍ଡିଚେରୀ ପାଖାପାଖି ସ୍ଥଳ ଭାଗ ଛୁଇଁବ ବୋଲି ପୂର୍ବାନୁମାନ କରାଯାଉଛି । ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ବେଗ ୧୩୦ ରୁ ୧୪୦ କିମି ରହିବା ନେଇ ଭାରତୀୟ ପାଣିପାଗ ବିଭାଗ ଅନୁମାନ କରିଛନ୍ତି ।

ବାତ୍ୟା ପ୍ରଭାବରେ ମଙ୍ଗଳବାର ଠାରୁ ତାମିଲନାଡୁ ଓ ପୁଡୁଚେରୀରେ ବର୍ଷା ଆରମ୍ଭ ହୋଇଯାଇଛି । କ୍ରମଶଃ ଏହାର ପରିମାଣ ବୃଦ୍ଧି ପାଇ ଉପକୂଳବର୍ତ୍ତୀ ଅଞ୍ଚଳଗୁଡିକରେ ପ୍ରବଳ ବର୍ଷା ନେଇ ବିଭାଗ ପକ୍ଷରୁ ସତର୍କ କରାଯାଇଛି । ଫଳରେ ଏହି ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀ ହାଇଆଲର୍ଟ ଜାରି କରିଛନ୍ତି । ଏପରିକି ଅନେକ ବସ-ଟ୍ରେନ ଚଳାଚଳକୁ ମଧ୍ୟ ବାତିଲ କରିଦେଇଛନ୍ତି ।

ତାମିଲନାଡୁ, ପୁଡୁଚେରୀ ଓ ଆନ୍ଧ୍ରପ୍ରଦେଶରେ ବାତ୍ୟାର ପ୍ରଭାବ ପଡିବାର ଆଶଙ୍କା ଥିବାରୁ ଏହି 3 ରାଜ୍ୟରେ ପ୍ରାୟ 12 ଶହ ଯବାନଙ୍କୁ ମୁତୟନ କରାଯାଇଛି । ସେଥିମଧ୍ୟରୁ 12ଟି ଟିମ ତାମିଲନାଡୁ, 7 ଟି ଆନ୍ଧ୍ରପ୍ରଦେଶ ଓ 3ଟି ଟିମ ପୁଡୁଚେରୀରେ ନିୟୋଜିତ ହୋଇଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

Last Updated : Nov 25, 2020, 10:55 AM IST

ABOUT THE AUTHOR

...view details