ଓଡିଶା

odisha

ETV Bharat / city

କଂଗ୍ରେସ ନେତା ଦିଲ୍ଲୀ ଯିବା ପ୍ରସଙ୍ଗରେ ଏମିତି କହିଲେ ନିରଞ୍ଜନ

ରାଜ୍ୟ କଂଗ୍ରେସର ପୁରା ସାଂଗଠନିକ ପରିବର୍ତ୍ତନ ପାଇଁ ଅଣ୍ଟା ଭିଡିଛି କଂଗ୍ରେସ । ଦଳୀୟ ପ୍ରଭାରୀ 2 ଦିନିଆ ଓଡିଶା ଗସ୍ତ କରି, ସମସ୍ତ ନେତା, ବିଧାୟକ, ପୂର୍ବତନ ସଭାପତି, ଜିଲ୍ଲା ସଭାପତି, ଛାମୁଆ ସଂଗଠନ ସହ ଆଲୋଚନା କରି ମତାମତା ନେଇ ଦିଲ୍ଲୀ ଫେରିଯାଇଛନ୍ତି । ଅଧିକ ପଢନ୍ତୁ

ନିରଞ୍ଜନ ପଟ୍ଟନାୟକ
ନିରଞ୍ଜନ ପଟ୍ଟନାୟକ

By

Published : Apr 29, 2022, 9:21 PM IST

ଭୁବନେଶ୍ବର: ରାଜ୍ୟ କଂଗ୍ରେସର ପୁରା ସାଂଗଠନିକ ପରିବର୍ତ୍ତନ ପାଇଁ ଅଣ୍ଟା ଭିଡିଛି କଂଗ୍ରେସ । ଦଳୀୟ ପ୍ରଭାରୀ 2 ଦିନିଆ ଓଡିଶା ଗସ୍ତ କରି, ସମସ୍ତ ନେତା, ବିଧାୟକ, ପୂ୍ର୍ବତନ ସଭାପତି, ଜିଲ୍ଲା ସଭାପତି, ଛାମୁଆ ସଂଗଠନ ସହ ଆଲୋଚନା କରି ମତାମତା ନେଇ ଦିଲ୍ଲୀ ଫେରିଯାଇଛନ୍ତି ।

ହେଲେ ପ୍ରଭାରୀ ଭୁବନେଶ୍ବରରେ ଥିବା ବେଳେ, କିଛି ନେତା ଦିଲ୍ଲୀରେ ଯାଇ ଡେରା ପକାଇଲେଣି । ଏହାକୁ ନେଇ ଆଜି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି, "କଂଗ୍ରେସ ନେତା ଦିଲ୍ଲୀରେ ହାଇକମାଣ୍ଡକୁ ଦେଖା କରିବା ଦରକାର । ପୁଣି କଟାକ୍ଷ କରି କହିଛନ୍ତି, ନହେଲେ କାହାକୁ ଦେଖା କରି ଆତ୍ମସନ୍ତୋଷ ଲାଭ କରିବେ । ହାଇକମାଣ୍ଡଙ୍କୁ କାହାକୁ ଭେଟିବାକୁ ମନା ନାହିଁ । ବିଧାୟକ ଦଳ ନେତା ପରିବର୍ତ୍ତନ ନେଇ ମୋ ପାଖରେ କିଛି ଖବର ନାହିଁ । ପିସିସି ପରିବର୍ତ୍ତନ ନେଇ ମୁଁ ଆନନ୍ଦିତ । ମୁଁ ନିଜେହିଁ ଚେଷ୍ଟା କରୁଥିଲି କେଉଁଭଳି ପିସିସି ପରିବର୍ତ୍ତନ ହୋଇପାରିବ ।"

ସେହିପରି ନିରଞ୍ଜନ କହିଛନ୍ତି, "ଯେପର୍ଯ୍ୟନ୍ତ ଦଳରେ ବଡ ନେତାଙ୍କ ଠାରୁ ଆରମ୍ଭ କରି ଛୋଟ ନେତା ପର୍ଯ୍ୟନ୍ତ ଶୃଙ୍ଖଳା ରକ୍ଷା ନ କରିଛନ୍ତି ସେପର୍ଯ୍ୟନ୍ତ ଦଳ ମଜଭୁତ ହେବନାହିଁ ।"

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ABOUT THE AUTHOR

...view details