ଓଡିଶା

odisha

By

Published : Sep 30, 2022, 7:52 PM IST

ETV Bharat / city

ଲୋୟର ପିଏମ୍‌ଜିରେ ବିକ୍ଷୋଭ ପ୍ରଦର୍ଶନ କଲେ ନିଖିଳ ଉତ୍କଳ ଗ୍ରାମରକ୍ଷୀ ସଂଘ

ବ୍ରିଟିଶ ଅମଳରୁ ସେବା ଯୋଗାଇ ଆସୁଥିବା ଗ୍ରାମରକ୍ଷୀ ଦରମା ବୃଦ୍ଧି ଓ ସରକାରୀ ମାନ୍ୟତାକୁ ନେଇ ଲୋୟର ପିଏମ୍‌ଜିରେ ବିକ୍ଷୋଭ ପ୍ରଦର୍ଶନ କଲେ ନିଖିଳ ଉତ୍କଳ ଗ୍ରାମରକ୍ଷୀ ସଂଘ । ଅଧିକ ପଢନ୍ତୁ

ଲୋୟର ପିଏମ୍‌ଜିରେ ବିକ୍ଷୋଭ ପ୍ରଦର୍ଶନ କଲେ ନିଖିଳ ଉତ୍କଳ ଗ୍ରାମରକ୍ଷୀ ସଂଘ
ଲୋୟର ପିଏମ୍‌ଜିରେ ବିକ୍ଷୋଭ ପ୍ରଦର୍ଶନ କଲେ ନିଖିଳ ଉତ୍କଳ ଗ୍ରାମରକ୍ଷୀ ସଂଘ

ଭୁବନେଶ୍ବର:ଦରମା ବୃଦ୍ଧି ଓ ସରକାରୀ ମାନ୍ୟତାକୁ ନେଇ ବିକ୍ଷୋଭ ପ୍ରଦର୍ଶନ କଲେ ନିଖିଳ ଉତ୍କଳ ଗ୍ରାମରକ୍ଷୀ ସଂଘ । ଏନେଇ ଲୋୟର ପିଏମ୍‌ଜିରେ ବିକ୍ଷୋଭ ପ୍ରଦର୍ଶନ । ଯଦି ଏହି ସ୍ବଳ୍ପ ଦରମା ଧରି ସେବକଙ୍କ ଦାବିକୁ ସରକାର ନ ଶୁଣନ୍ତି ତେବେ ଆଗାମୀ ଦିନରେ ରାଜ୍ୟରେ ଥିବା ୧୮ ହଜାର ଗ୍ରାମରକ୍ଷୀ ଆସି ଭୁବନେଶ୍ବରର ଗାନ୍ଧୀ ମାର୍ଗରେ ଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି ଗ୍ରାମରକ୍ଷୀ ।

ଲୋୟର ପିଏମ୍‌ଜିରେ ବିକ୍ଷୋଭ ପ୍ରଦର୍ଶନ କଲେ ନିଖିଳ ଉତ୍କଳ ଗ୍ରାମରକ୍ଷୀ ସଂଘ

ସୂଚନା ଅନୁଯାୟୀ, ଅପରାଧ ନିୟନ୍ତ୍ରଣ ଓ ଥାନା ବାବୁଙ୍କ ନିର୍ଦ୍ଦେଶକୁ ସଠିକ ଭାବେ କାର୍ଯ୍ୟକାରୀ କରୁଥିବା ଗ୍ରାମରକ୍ଷୀ ୧୮୦୦ ଟଙ୍କା ପାଇ ଆସୁଛନ୍ତି । ଆଉ ଆଜି ବି ସେମାନେ ଏହି ଦରମାରେ କାମ କରୁଛନ୍ତି । ଯାହା ସେମାନଙ୍କୁ ବ୍ୟଥିତ କରୁଛି । କାରଣ ଆଜିର ମହଙ୍ଗା ସମୟରେ ସମସ୍ତଙ୍କର ଦରମା ବୃଦ୍ଧି ହେଉଛି । ଏମାନଙ୍କର କିନ୍ତୁ ଏହି ସ୍ବଳ୍ପ ଟଙ୍କାରେ ପରିବାର ପ୍ରତିପୋଷଣ ହେଇ ପାରୁନି । ତେଣୁ ସେମାନଙ୍କର ଦରମା ବୃଦ୍ଧି କରାଯାଉ ବୋଲି ଦାବି କରିଛି ସଂଘ ।

ତେଣୁ ୧୯୭୬ ରୁ ଏହି ସେବାରେ କାର୍ଯ୍ୟ କରି ଆସୁଥିବା କର୍ମଚାରୀଙ୍କୁ ୨୦୧୭ ମସିହାରୁ ଉଚ୍ଚ ନ୍ୟାୟଳୟ ସରକାରୀ ମାନ୍ୟତା ସହ ଦରମା ବୃଦ୍ଧି କରାଯିବ କ୍ଷେତ୍ରରେ ସରକାର ଅନୁମୋଦନ ପାଇଁ ନିଷ୍ପତି ନେବାକୁ କହିଥିଲେ । କିନ୍ତୁ ତାହା ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇନାହିଁ । ଏହାକୁ ନେଇ ସମସ୍ତଙ୍କ ଭିତରେ ବେଶ ଉଦ୍‌ବେଗ ଦେଖିବାକୁ ମିଳିଥିଲା । ତେଣୁ ସଂଘ ସରକାରଙ୍କୁ ନିବେଦନ କରିଛି ଆମ ମାନଙ୍କ ଦରମା ବୃଦ୍ଧି କରାଯାଉ ଆଉ ସରକାରୀ ମାନ୍ୟତା ମଧ୍ୟ ଦିଆଯାଉ । ତେଣୁ ଅନ୍ୟପଟେ ଯଦି ଏହି ସ୍ବଳ୍ପ ଦରମା ଧାରି ଗ୍ରାମରକ୍ଷୀଙ୍କ ଦାବିକୁ ସରକାର ନ ଶୁଣନ୍ତି ତେବେ ଆଗାମୀ ଦିନରେ ରାଜ୍ୟରେ ଥିବା ୧୮ ହଜାର ଗ୍ରାମରକ୍ଷୀ ଆସି ଭୁବନେଶ୍ବରର ଗାନ୍ଧୀ ମାର୍ଗରେ ଧାରଣାରେ ବସିବେ । ଆଉ ବିକ୍ଷୋଭ ପ୍ରଦର୍ଶନ କରି ରାସ୍ତାରେ ଗଡିବେ ନିଜର ଅଧିକାର ପାଇଁ ବୋଲି କହିଛି ସଂଘ ।

ଏନେଇ ଗ୍ରାମରକ୍ଷୀ ବଟୁଆ ମଲିକ କହିଛନ୍ତି," ଆମେ ସରକାରୀ ଚାକିରିଆ କି ବେସରକାରୀ ଆଜି ଯାଏଁ ଜାଣିପାରୁନୁ । 1800ଟଙ୍କା ଦରମାରେ 30ଦିନ ଆମେ କାମ କରୁ । ଏତିକି ଦରମାରେ ଘର ଚଳାଇବା କଷ୍ଟକର ହୋଇପଡୁଛି । ଏନେଇ ଆମେ ସରକାରଙ୍କୁ ନିବେଦନ କରୁଛୁ ଆମକୁ ସରକାରୀ କର୍ମଚାରୀ କରିବା ଓ ଆମ ପେଟକୁ ଦାନ ଦେବା । ଏଥିସହ ଯେଉଁଠାରେ ଅବସର ନେଇଛନ୍ତି ସେଠାରେ ନିଯୁକ୍ତି ଦେବା । ଏନେଇ ଆମେ ନିବେଦନ କରିଛୁ । "

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details