ଓଡିଶା

odisha

ETV Bharat / city

ଖସୁଛି ପାରଦ, 11 ସ୍ଥାନରେ 20 ଡିଗ୍ରୀରୁ କମ ରହୁଛି ରାତି ତାପମାତ୍ରା

ବର୍ଷା ଗଲା ପରେ ଏବେ ଶୀତ ଆଗମନ । ରାତିରେ ଖସୁଛି ପାରଦ । ୧୧ ସ୍ଥାନରେ 20 ଡିଗ୍ରୀରୁ କମ ତାପମାତ୍ରା ରେକର୍ଡ । ଅଧିକ ପଢନ୍ତୁ...

By

Published : Oct 24, 2021, 8:24 PM IST

ଖସୁଛି ପାରଦ, 11 ସ୍ଥାନରେ ରାତ୍ରୀ ତାପମାତ୍ରା 20 ଡିଗ୍ରୀରୁ କମ
ଖସୁଛି ପାରଦ, 11 ସ୍ଥାନରେ ରାତ୍ରୀ ତାପମାତ୍ରା 20 ଡିଗ୍ରୀରୁ କମ

ଭୁବନେଶ୍ବର:ବର୍ଷା ଗଲା ପରେ ଏବେ ଶୀତ ଆସିବା ନେଇ ଏକ ପ୍ରକାର ଅନୁକୂଳ ବାତାବରଣ ସୃଷ୍ଟି ହୋଇଥିବା ଲକ୍ଷ୍ୟ କରାଯାଉଛି । ରାଜ୍ୟରେ ପ୍ରାକ ଶୀତ ଅନୁଭବ ହେବାରେ ଲାଗିଲାଣି । ସାରା ରାଜ୍ୟରେ ଏବେ ତାପମାତ୍ରା କ୍ରମଶଃ ଖସିବାରେ ଲାଗିଛି । ରାଜ୍ୟର ୧୧ ଟି ସ୍ଥାନରେ ୨୦ ଡିଗ୍ରୀରୁ କମ ତାପମାତ୍ରା ରେକର୍ଡ କରାଯାଇଛି ।

ଖସୁଛି ପାରଦ, 11 ସ୍ଥାନରେ ରାତ୍ରୀ ତାପମାତ୍ରା 20 ଡିଗ୍ରୀରୁ କମ

ସେହିପରି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କାରଯାଇଥିବା ପୂର୍ବାନୁମାନ ଅନୁସାରେ, ଆସନ୍ତା 5 ଦିନ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବ। ଆଭ୍ୟନ୍ତରୀଣ ଜିଲ୍ଲା ଗୁଡିକରେ ରାତିର ତାପମାତ୍ରା ୧୭ରୁ ୧୯ ଡିଗ୍ରୀ ରହିବ । ଉପକୂଳ ଜିଲ୍ଲାଗୁଡିକରେ ତାପମାତ୍ରା ୧୯ ରୁ ୨୧ ଡିଗ୍ରୀ ରହିବ ବୋଲି ପୂର୍ବାନୁମାନ ପ୍ରକାଶ କରିଛି ବିଭାଗ । ସେହିପରି ଗତ ୨୪ ଘଣ୍ଟାରେ ଫୁଲବାଣୀରେ ତାପମାତ୍ରା ୧୫.୮ ଡିଗ୍ରୀ ରେକର୍ଡ ହୋଇଥିବାବେଳେ ଦାରିଙ୍ଗିବାଡିରେ ତାପମାତ୍ରା ୧୨ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ABOUT THE AUTHOR

...view details