ଭୁବନେଶ୍ବର: ଧରାପଡିଲେ ନାଇଟ ରାଇଡର ଗ୍ୟାଙ୍ଗ । ନାଇଟ କର୍ଫ୍ୟୁବେଳେ ଆକ୍ରମଣ କରି କରୁଥିଲେ ଲୁଟପାଟ । ଲୁଟେରା ଗ୍ୟାଙ୍ଗର ୪ ଜଣଙ୍କ ସହ ମୋଟ ୭ ଜଣକୁ ଗିରଫ କଲା ଭୁବନେଶ୍ବର କମିଶନରେଟ ପୋଲିସ ।
ତେବେ ରାଜଧାନୀରେ ନାଇଟ କର୍ଫ୍ୟୁ ସମୟରେ ଲୋକଙ୍କୁ ଆକ୍ରମଣ କରି ଲୁଟପାଟ କରୁଥିବା ଗ୍ୟାଙ୍ଗକୁ ଶେଷରେ ଗିରଫ କରିଛି ପୋଲିସ । ଖାସ କରି ନାଇଟ କର୍ଫ୍ୟୁବେଳେ ବୁଲୁଥିବା ଏକୁଟିଆ ଲୋକଙ୍କୁ ଟାର୍ଗେଟ କରୁଥିଲେ ଏହି ଗ୍ୟାଙ୍ଗ । ସେହିପରି ବ୍ୟବସାୟୀ ଓ ଏକାକି ଥିବା ଲୋକଙ୍କୁ ଆକ୍ରମଣ କରି ଲୁଟପାଟ କରୁଥିଲେ ।
ଅନ୍ୟପଟେ ଏମାନଙ୍କ ନାଁରେ ମୋବାଇଲ ଫୋନ ସହ ଟଙ୍କା ଓ ସୁନା ଗହଣା ଲୁଟୁଥିବା ଅଭିଯୋଗ ହେଉଥିଲା । ନାଇଟ କର୍ଫ୍ୟୁବେଳେ ବୁଲି ବୁଲି ରାତିରେ ଆତଙ୍କ ମଚାଉଥିବା ଗ୍ୟାଙ୍ଗକୁ ଗିରଫ କରିଛି କମିଶନରେଟ ପୋଲିସର ନୟାପଲ୍ଲୀ ଥାନା ଓ ସ୍ପେଶାଲ ସ୍କ୍ବାର୍ଡ । ତେବେ ସାମ୍ବାଦିକଙ୍କ ବେକରେ କଟୁରି ଲଗାଇ ମୁଦି ଓ ମୋବାଇଲ ଫୋନ ଲୁଟ କରିଥିବା ନେଇ ନୟାପଲ୍ଲୀ ଥାନାରେ ଅଭିଯୋଗ ହୋଇଥିଲା ।