ଭଦ୍ରକ:ଜିଲ୍ଲାରେ ୨୭୨ ଜଣ ପଞ୍ଜୀକୃତ ଖବରକାଗଜ ହକରଙ୍କୁ ମିଳିଲା ସ୍ବତନ୍ତ୍ର କୋଭିଡ ସହାୟତା। ଏନେଇ ଭଦ୍ରକ ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହରେ ଏକ ସ୍ଵତନ୍ତ୍ର ଭର୍ଚୁଆଲ କାଯ୍ଯକ୍ରମ ଅନୁଷ୍ଠିତ ହୋଇଛି । ଏହି ଅବସରରେ ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକ ଓ ଭଦ୍ରକ ଜିଲ୍ଲାପାଳ ଙ୍କ ସମେତ ବିଭିନ୍ନ ବରିଷ୍ଠ ପ୍ରଶାସନିକ ଅଧିକାରୀ ମାନେ ଭର୍ଚୁଆଲ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଓ 5T ସଚିବଙ୍କ ସହ ସିଧାସଳଖ ଯୋଡ଼ି ହୋଇଥିଲେ ।
ରାଜ୍ୟରେ ପ୍ରତ୍ୟେକ ପଞ୍ଜୀକୃତ ଖବରକାଗଜ ବିତରକଙ୍କ ପାଇଁ ୬ ହଜାର ଟଙ୍କା କୋଭିଡ ସହାୟତା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ତାସହିତ ଦୁର୍ଘଟଣାଜନିତ ମୃତ୍ୟୁ ହେଲେ ୨ ଲକ୍ଷ ଟଙ୍କା, ଅର୍କମଣ୍ୟ ହେଲେ ଦେଢ଼ ଲକ୍ଷର ଟଙ୍କା ଓ ସ୍ବାଭାବିକ ମୃତ୍ୟୁ ହେଲେ ୧ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରାଯିବ ।
ଭିସି ଯୋଗେ ଏହି ସହାୟତା ରାଶି ଯୋଗାଇଛନ୍ତି ମୁଖ୍ୟମନ୍ତ୍ରୀ । କୋଭିଡ ସହାୟତା ପ୍ରଦାନ କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି ଭଦର୍କ ଜିଲ୍ଲା ଖବର କାଗଜ ବିତରକ । ଏହି ଅର୍ଥରାଶି ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ଯୋଗାଇ ଦିଆଯିବ । ଫଳରେ ପ୍ରତିକୂଳ ପରିସ୍ଥିତିରେ କାର୍ଯ୍ୟ କରୁଥିବା ସମସ୍ତ ଖବରକାଗଜ ହକର୍ ଉପକୃତ ହୋଇପାରିବେ ବୋଲି କହିଛନ୍ତି ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକ ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ