ଓଡିଶା

odisha

ETV Bharat / city

ନେତାଙ୍କୁ ନୂଆ ଦାୟିତ୍ବ ଦେଲେ ନବୀନ

ପଞ୍ଚମ ପାଳିରେ ନେତାଙ୍କୁ ନୂଆ ଦାୟିତ୍ବ ଦେଲେ ନବୀନ । ଟିକେଟ ପାଇବାରୁ ବଞ୍ଚିତ ଥିବା ଅନେକ ନେତାଙ୍କୁ କଲେ ସନ୍ତୁଷ୍ଟ । ରାଜ୍ୟ ସରକାରଙ୍କ ବିଭିନ୍ନ ନିଗମ ଓ ସଂସ୍ଥାର ଅଧ୍ୟକ୍ଷ ଭାବେ କଲେ ନିଯୁକ୍ତ ।

By

Published : Aug 16, 2019, 4:38 PM IST

ଫାଇଲ ଫଟୋ

ଭୁବନେଶ୍ବର: ନିର୍ବାଚନ ପରେ ଦଳୀୟ ନେତାଙ୍କୁ ଥଇଥାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୁରସ୍କାର ସ୍ବରୂପ ନବୀନ ଦେଇଛନ୍ତି ଦାୟିତ୍ବ । ସରକାରଙ୍କ ଥିବା ବିଭିନ୍ନ ନିଗମ ଓ ସଂସ୍ଥାର ଅଧ୍ୟକ୍ଷ ଭାବେ ମିଳିଛି ନିଯୁକ୍ତ । କୃତ୍ତିବାସ ପାତ୍ର- କୃଷି ଓ କୃଷକ କଲ୍ୟାଣ ଉପଦେଷ୍ଟା, ଉତ୍କଳ କେଶରୀ ପରିଡା- ଚିଲିକା ଉନ୍ନୟନ ପରିଷଦ ଉପଦେଷ୍ଟା ,ଦେବାଶିଷ ଘୋଷ-ଓଡିଶା ବନ ଉନ୍ନୟନ ନିଗମ, ଜନ୍ମେଞ୍ଜୟ ଲେଙ୍କା- ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଉପଦେଷ୍ଟା, ରାମଚନ୍ଦ୍ର ପଣ୍ଡା-ରାଜ୍ୟ କୃଷି ବିପଣନ ବୋର୍ଡ ର ଉପଦେଷ୍ଟା, ସେହିପରି କଟକ ବାରବାଟୀର ପୂର୍ବତନ ବିଧାୟକ ଦେବାଶିଷ ମହାନ୍ତିଙ୍କୁ ଓଡିଶା ଏଗ୍ରୋ ଇଣ୍ଡଷ୍ଟ୍ରି କରପୋରେସନ ଅଧ୍ୟକ୍ଷ, ଇଶ୍ଵର ପାଣୀଗ୍ରାହୀ- ଓଡିଶା ବିହନ ନିଗମ ଅଧକ୍ଷ, ପ୍ରଭାଦିତ୍ୟ ମିଶ୍ର- ଆପିକଲ୍ ଅଧକ୍ଷ, ଅନୁପ ସାଏ- ରାଜ୍ୟ ପଣ୍ୟାଗାର ନିଗମ ଅଧକ୍ଷ, ଅସିତ ପଟ୍ଟନାୟକ ଙ୍କୁ ରାଜ୍ୟ ମତ୍ସ୍ୟ ଉତ୍ପାଦନ ନିଗମ ଅଧକ୍ଷ । ଅମରେନ୍ଦ୍ର ଦାସ-ରାଜ୍ୟ କାଜୁ ନିଗମ ଅଧ୍ୟକ୍ଷ କରାଯାଇଥିବା ବେଳେ ଲୁଲୁ ଅମାତଙ୍କୁ ରାଜ୍ୟ ଗ୍ରାମ୍ୟ ଗୃହ ନିର୍ମାଣ ନିଗମ ଦାୟିତ୍ଵ ମିଳିଛି ।

ଅନୁଭବ ପଟ୍ଟନାୟକଙ୍କୁ ET ଓ IT ର ଉପଦେଷ୍ଟା ନିଯୁକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ । ସେହିପରି ଛାତ୍ର ନେତା ଚିନ୍ମୟ ସାହୁଙ୍କୁ କ୍ଷୁଦ୍ର ଶିଳ୍ପ ନିଗମ ଅଧ୍ୟକ୍ଷ ଦାଇତ୍ଵ ମିଳିଛି । ପ୍ରିୟଦର୍ଶୀ ମିଶ୍ର ଙ୍କୁ ଓଡିଶା ହାଉସିଂ ବୋର୍ଡ ର ଅଧକ୍ଷ ଦାୟିତ୍ଵ ଦିଆଯାଇଛି । ପୁଷ୍ପେନ୍ଦ୍ର ସିଂଦେଓଙ୍କୁ ପଶ୍ଚିମ ଓଡିଶା ଉନ୍ନୟନ ପରିଷଦର ଅଧକ୍ଷ ଭାବେ ନିଯୁକ୍ତ କରାଯାଇଛି । ଅମରେଶ ପତ୍ରୀ- ଓଡିଶା ଲିପ୍ଟ ଇରିଗେସନ ଅଧକ୍ଷ୍ୟ, ସତ୍ୟବ୍ରତ ତ୍ରିପାଠୀ- ଚଳଚ୍ଚିତ୍ର ନିଗମ ଅଧକ୍ଷ , ବିଜୟ କୁମାର ନାୟକ- ଷ୍ଟେଟ ୟୁଥ ଓ୍ଵେଲଫେୟାର ବୋର୍ଡ ଅଧକ୍ଷ। ସୁବାଷ ସିଂ- ଓଡିଶା ବିଲଡିଂ ଏଣ୍ଡ ଅଦର କନଷ୍ଟକ୍ସନ ଚେୟାର ପର୍ସନ । ସଞ୍ଜୀବ ପାଇକରାୟ ଙ୍କୁ ଓଡ଼ିଶା ଖଦି ଓ ଗ୍ରାମ୍ୟଦୈଗ ଦାୟିତ୍ଵ । ସୁଧୀର ଦାସ- ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନା ଉପଦେଷ୍ଟା, ଦିଲ୍ଲୀପ ତିର୍କୀ- ହକି ପ୍ରୋମୋସନ କାଉନସିଲ ଅଧକ୍ଷ । ମାନସ ମାଡକାମୀ- ମଲାକାନିଗିରି ଉନ୍ନୟନ ପରିଷଦ ଅଧକ୍ଷ, ବିନୟ ଟପୋଙ୍କୁ ସୁନ୍ଦରଗଡ ଉନ୍ନୟନ ପରିଷଦ ଅଧକ୍ଷ । ସୁସ୍ମିତା ବାଗଚିଙ୍କୁ ‘ମୋ ସ୍କୁଲ’ ଅଧକ୍ଷ । ଆକାଶ ଦାସ ନାୟକ- ‘ମୋ କଲେଜ’ ଅଧକ୍ଷ ।

ଦଳ ପାଇଁ କାର୍ଯ୍ୟ କରିଆସୁଥିବା ଅନେକ ମହିଳା ନେତ୍ରୀଙ୍କୁ ମଧ୍ୟ ଦାୟିତ୍ବ ଦେଇଛନ୍ତି ଦଳୀୟ ସୁପ୍ରିମୋ । ମୁଖପାତ୍ର ଥିବା ସୁଲତା ଦେଓଙ୍କୁ ମହିଳା ଓ ଶିଶୁବିକାଶ ବିଭାଗ ଉପଦେଷ୍ଟା, ମିନତୀ ବେହେରା- ମହିଳା କମିଶନ । କସ୍ତୁରୀ ମହାପାତ୍ର-ସୋସିଆଲ ଓ୍ଵେଲଫେୟାର ବୋର୍ଡ ଅଧକ୍ଷ,ଶ୍ରୀମୟୀ ମିଶ୍ର- OTDC ଅଧ୍ୟକ୍ଷ, ସୁଲୋଚନା ଦାସ- ଦିବ୍ୟାଙ୍ଗ କମିଶନ ଅଧ୍ୟକ୍ଷ ଭାବରେ ନିଯୁକ୍ତି ମିଳିଛି । ସେହିପରି ଲୋପାମୁଦ୍ରା ବକ୍ସିପାତ୍ରଙ୍କୁ ମିଶନ ଶକ୍ତିର ଉପଦେଷ୍ଟା ଭାବରେ ଦାୟିତ୍ବ ମିଳିଛି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ABOUT THE AUTHOR

...view details