ଓଡିଶା

odisha

ETV Bharat / city

ରାଜଧାନୀରେ ଗଞ୍ଜେଇ ବିକ୍ରିର ନୂଆ ଟ୍ରିକ, ପର୍ଦ୍ଦାଫାଶ କଲା ଏକ୍ସାଇଜ ଟିମ୍

ଗଞ୍ଜେଇ ବିକ୍ରିର ନୂଆ ଟ୍ରେଣ୍ଡ । ବିଭିନ୍ନ କୋର୍ଡଓ୍ବାର୍ଡରେ ରାଜଧାନୀରେ ମିଳୁଛି ଗଞ୍ଜେଇ । ଏଭଳି ହାଇପ୍ରୋଫାଇଲ ଗଞ୍ଜେଇ କାରବାରର ପର୍ଦ୍ଦାଫାଶ କଲା ଏକ୍ସାଇଜ ଟିମ୍ । ଅଧିକ ପଢନ୍ତୁ...

ରାଜଧାନୀରେ ଗଞ୍ଜେଇ ବିକ୍ରିର ନୂଆ ଟ୍ରିକ, ପର୍ଦ୍ଦାଫାସ କଲା ଏକ୍ସାଇଜ ଟିମ୍
ରାଜଧାନୀରେ ଗଞ୍ଜେଇ ବିକ୍ରିର ନୂଆ ଟ୍ରିକ, ପର୍ଦ୍ଦାଫାସ କଲା ଏକ୍ସାଇଜ ଟିମ୍

By

Published : Jan 29, 2021, 8:11 PM IST

ଭୁବନେଶ୍ବର: ରାଜଧାନୀରେ ଗଞ୍ଜେଇ ବିକ୍ରିର ନୂଆ ଟ୍ରିକ୍ । ବିଟଲ ସପ୍ ଠାରୁ ଆରମ୍ଭ କରି ନାମିଦାମି ଦୋକାନ, ପୋଲିସ ଓ ଏକ୍ସସାଇଜର ନଜର ଆଢୁଆଳରେ ଚାଲୁଛି ବେପାର । ସପିଂ ମଲରେ ବି ହେଉଛି ହାଇପ୍ରୋଫାଇଲ ଗଞ୍ଜେଇ କାରବାର । ବଦଳି ଯାଇଛି ପୁରୁଣା ଢାଞ୍ଚା, ନୂଆ ଢାଞ୍ଚା ଓ ଶୈଳୀରେ ଚାଲିଛି ଜୋରଦାର ବ୍ୟବସାୟ। ଗଞ୍ଜେଇ କାରବାର ପାଇଁ ବ୍ୟବହାର କରାଯାଉଛି ବିଭିନ୍ନ କୋର୍ଡଓ୍ବାର୍ଡ । ଡିସ୍କୋ, ଜଏଣ୍ଟ ଏବଂ ରିଜୁଲ ଆଦି ନାଁରେ ମିଳୁଛି ଗଞ୍ଜେଇ । ଏପରିକି ଗଞ୍ଜେଇର ସିଗାରେଟ ପ୍ରସ୍ତୁତ ହୋଇ ସିଗାରେଟ ଭଳି ପ୍ୟାକେଟରେ କରାଯାଉଛି ବେପାର । ଯାହାର ପର୍ଦ୍ଦାଫାସ କରିଛି ଏକ୍ସାଇଜ ଟିମ୍ ।

ରାଜଧାନୀରେ ଗଞ୍ଜେଇ ବିକ୍ରିର ନୂଆ ଟ୍ରିକ, ପର୍ଦ୍ଦାଫାସ କଲା ଏକ୍ସାଇଜ ଟିମ୍

ଏଭଳି ହାଇପ୍ରୋଫାଇଲ ଗଞ୍ଜେଇ କାରବାର ସମ୍ପର୍କରେ ସୁରାକ ପାଇଁ ଭୁବନେଶ୍ବର ଏକ୍ସାଇଜ ଟିମ ପକ୍ଷରୁ ମାଷ୍ଟରକ୍ୟାଣ୍ଟିନର ବିଭିନ୍ନ ବିଟିଲ ସପ୍, ପଳାଶପଲ୍ଲୀ ଓ ବିଶେଶ୍ବର ବସ୍ତି ଅଞ୍ଚଳରେ ଚଢାଉ କରାଯାଇଛି । ରେଡ ସମୟରେ ନୂଆ ତରିକାରେ ଗଞ୍ଜେଇ କାରବାରର ମହାଖୁଲାସା କରିଛି ଟିମ୍ । ଘଟଣାସ୍ଥଳରୁ 23 କେଜି ଗଞ୍ଜେଇ, ଗଞ୍ଜେଇରୁ ପ୍ରସ୍ତୁତ ସିଗାରେଟ ଓ ସିଗାରକୁ ଜବତ କରାଯାଇଛି । ଏହାବ୍ୟତୀତ ଦୁଇଟି ବାଇକ, 200 ଲିଟର ଦେଶୀ ମଦ ଜବତ କରାଯିବା ସହ ଘଟଣାରେ 3 ଅଭିଯୁକ୍ତଙ୍କୁ ଗିରଫ ହୋଇଛନ୍ତି । ଅଭିଯୁକ୍ତମାନେ ହେଲେ ପଳାଶପଲ୍ଲୀର ଶ୍ରୀଧର ନାୟକ, ଆପୋଲୋ ହସ୍ପିଟାଲ ବସ୍ତି ଅଞ୍ଚଳର ହୃଶିକେଶ ପାଣିଗ୍ରାହୀ ଏବଂ ମଷ୍ଟରକ୍ୟାଣ୍ଟିନ ଅଞ୍ଚଳର ପବିତ୍ର ପୃଷ୍ଟି ।

ରାଜଧାନୀରେ ଗଞ୍ଜେଇ ବିକ୍ରିର ନୂଆ ଟ୍ରିକ, ପର୍ଦ୍ଦାଫାସ କଲା ଏକ୍ସାଇଜ ଟିମ୍

ତେବେ ଆଗକୁ ଖୁବଶୀଘ୍ର ବିଭିନ୍ନ ଦୋକାନ ତଥା ହାଇପ୍ରୋଫାଇଲ ସପରେ ରେଡ୍ କରାଯିବ ବୋଲି ଏକ୍ସାଇଜ ବିଭାଗ ପକ୍ଷରୁ ସୂଚନା ମିଳିଛି । ଗଞ୍ଜେଇର ଚାହିଦା ଦେଖି ବାହାର ଜିଲ୍ଲାରୁ ପୁଳା ପୁଳା ଗଞ୍ଜେଇ ଆସୁଥିବାବେଳେ ଏପରି ଟ୍ରେଣ୍ଡରେ ଗଞ୍ଜେଇ ବିକ୍ରି ପୋଲିସ ଓ ଏକ୍ସାଇଜ ପାଇଁ ବଡ ଚ୍ୟାଲେଞ୍ଜ ସୃଷ୍ଟି କରିଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details