ଓଡିଶା

odisha

By

Published : Sep 7, 2019, 3:28 PM IST

ETV Bharat / city

'କୋହଳ ହେବ ନାହିଁ ମୋଟରଯାନ ନିୟମ'

ନୂଆ ମୋଟରଯାନ ନିୟମ ଲାଗୁ ହେବା ପରେ ଏବେ ରାସ୍ତାରେ କୋକୁଆ ଭୟରେ ଖେଳିଯାଇଛି । ହେଲେ ଏଥିପାଇଁ ଭୟଭୀତ ହେବାକୁ ମନା କରିଛନ୍ତି ପରିବହନ ସଚିବ ଜି ଶ୍ରୀନିବାସନ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ନୂଆ ମୋଟରଯାନ ନିୟମ ଲାଗୁ ହେବା ପରେ ଏବେ ରାସ୍ତାରେ କୋକୁଆ ଭୟ ଖେଳିଯାଇଛି । ଘରୁ ଗାଡି ଧରି ବାହାରିଲେ ଚାଳକ ଛାତିରେ ପଶୁଛି ଛନକା । ହେଲେ ଏଥିପାଇଁ ଭୟଭୀତ ହେବାକୁ ମନା କରିଛନ୍ତି । ଯେଉଁମାନଙ୍କ ପାଖରେ ଆବଶ୍ୟକ ନଥିପତ୍ର ନାହିଁ ସେମାନେ ଦଣ୍ଡିତ ହେବେ ବୋଲି ପରିବହନ ସଚିବ ଜି ଶ୍ରୀନିବାସନ ପ୍ରତିକ୍ରିୟା ଦେଇଛନ୍ତି ।

ସମସ୍ତ ରାଜ୍ୟ ଏହି ନିୟମକୁ ପାଳନ କରୁଛନ୍ତି । ଏହି ନିୟମ କୋହଳ ହେବ ନାହିଁ । ଇନଫ୍ରାଷ୍ଟ୍ରକଚର ଡେଭଲଫ୍‌ ପାଇଁ ଏହା ଆବଶ୍ୟକ ପଦକ୍ଷେପ । ଆଉ ଯେଉଁମାନଙ୍କ ଠାରୁ ଜୋରିମାନା ଆଦାୟ ହେଉଛି ସେମାନେ ଆବଶ୍ୟକ କାଗଜପତ୍ର ଦେଖାଇ ତାହା କୋହଳ ହେବ ବୋଲି କହିଛନ୍ତି ସଚିବ ଜି ଶ୍ରୀନିବାସନ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଏଥିସହିତ ଡକ୍ୟୁମେଣ୍ଟ ପାଇଁ କ୍ୟାମ୍ପ କରିବାକୁ ଆରଟିଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଏହି ଧରପଗଡରେ ବ୍ରୋକରଙ୍କୁ ମଧ୍ୟ ଧରାଯିବ । ଲୋକମାନେ କିଭଳି ଖୁବଶୀଘ୍ର ଡକ୍ୟୁମେଣ୍ଟ ପାଇପାରିବେ ସେ ନେଇ କାର୍ଯ୍ୟ କରାଯିବ । କୌଣସି ସାଧାରଣ ଜନତାଙ୍କୁ ପୋଲିସ କିମ୍ବା ଟ୍ରାନ୍ସପୋର୍ଟ ବିଭାଗର କୌଣସି ଅଧିକାରୀ ହଇରାଣ କରିପାରିବେ ନାହିଁ ବୋଲି ସୂଚନା ଦେଇଛନ୍ତି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ABOUT THE AUTHOR

...view details