ଓଡିଶା

odisha

ETV Bharat / city

‘ଚେକିଂ ପାଇଁ ହୁଅନ୍ତୁ ନାହିଁ ଭୟଭୀତ, ପାଞ୍ଚଟି କାରଣ ଦେଖୁଛି ପୋଲିସ’ - ଚେକିଂକୁ ନେଇ ଉତ୍ତେଜନା

ଚେକିଂକୁ ନେଇ ରାଜମହଲ ଆଜି ପାଲଟିଛି ରଣକ୍ଷେତ୍ର । ପୋଲିସ ଗାଡ଼ିକୁ ଯାଞ୍ଚ କରିଛନ୍ତି ପବ୍ଲିକ । ଫଳରେ ପୋଲିସ-ଜନତା ମୁହାଁମୁହିଁ ହୋଇଛନ୍ତି। ଏପଟେ ଚେକିଂକୁ କୋହଳ କରାଯାଇଥିବା କହିଛନ୍ତି ପୋଲିସ କମିସନର ସୁଧାଂଶୁ ଷଡଙ୍ଗୀ । କେବଳ ପାଞ୍ଜଟି କାରଣକୁ ନେଇ ଯାଞ୍ଚ ହେଉଥିବା କହିଛନ୍ତି କମିସନର।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

By

Published : Sep 7, 2019, 9:42 PM IST

ଭୁବନେଶ୍ବର: ଚେକିଂକୁ ନେଇ ଲୋକେ ଭୟଭୀତ ହେବା ପରେ ମାସକ ପାଇଁ ନିୟମ କୋହଳ କରିଛି ପୋଲିସ । ଲୋକେ ଭୟଭୀତ ହୋଇ ରାସ୍ତାରେ ଗାଡି ଚାଳନା କରନ୍ତୁ ନାହିଁ । ପୋଲିସକୁ ଅଯଥାରେ ବିରୋଧ ନକରିବାକୁ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ପୋଲିସ କମିସନର ସୁଧାଂଶୁ ଷଢଙ୍ଗୀ ।

ପାଞ୍ଚଟି ପ୍ରମୁଖ ଘଟଣା ଉପରେ ପୋଲିସ ନଜର ରଖିଛି । ତେଣୁ ଗାଡ଼ି ଚାଳନା ସମୟରେ ଏହି ସବୁ ଜିନିଷ ଉପରେ ଧ୍ୟାନ ଦେବାକୁ କହିଛନ୍ତି କମିସନର। ତେବେ ଗାଡି ଚଳାଇବା ବେଳେ କାହା ଉପରେ ଦେବେ ଧ୍ୟାନ

  • 1-ବାଇକ ଚଲାଉଥିଲେ ହେଲମେଟ୍ ପିନ୍ଧନ୍ତୁ
  • ୨- କାର ଚଳାଉଥିଲେ ସିଟ ବେଲଟ ପିନ୍ଧନ୍ତୁ
  • ୩- ତିନିଜଣିଆ ବାଇକରେ ଯିବାଆସିବା କରନ୍ତୁ ନାହିଁ
  • ୪- ମଦ୍ୟପାନ କରି ଗାଡି ଚଳାନ୍ତୁ ନାହିଁ କାରଣ ଗିରଫ ହୋଇପାରନ୍ତି ଏବଂ ଗାଡ଼ି ଚଳାଇବା ସମୟରେ ମୋବାଇଲରେ କଥା ହୁଅନ୍ତୁ ନାହିଁ

ଆଜି ରାଜଧାନୀର ରାଜମହଲ ଛକରେ ଚେକିଂକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଥିଲା । ଯାହାକୁ ନେଇ ସେଠାରେ ପୋଲିସ ଏବଂ ସାଧାରଣ ଜନତା ମୁହାଁମୁହିଁ ହୋଇଥିଲେ । ନୂଆ ମୋଟର ଯାନ ଆଇନ ଲାଗୁ ପରେ ଫାଇନକୁ ନେଇ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଛି । ଘଟଣାରେ ପରେ ସାମ୍ବାଦିକ ସମ୍ମିଳନୀ କରିଛନ୍ତି ସୂଚନା ଦେଇଛନ୍ତି ପୋଲିସ କମିସନର।

ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ

ABOUT THE AUTHOR

...view details