ଓଡିଶା

odisha

ETV Bharat / city

‘ଟ୍ରାଫିକ ନିୟମ ନମାନିଲେ ଚାକିରୀ ହରାଇବେ ପୋଲିସ’ - ସୁଧାଂଶୁ ଷଢଙ୍ଗୀ

ରାଜମହଲରେ ଉତ୍ତେଜନା ପରେ ପୋଲିସ ଅଧିକାରୀଙ୍କୁ ତାଗିତ କରିଛନ୍ତି କମିସନର। ନୂଆ ଟ୍ରାଫିକ ନିୟମକୁ ପୋଲିସ ଅଧିକାରୀ ଅମାନ୍ୟ କରନ୍ତୁ ନାହିଁ । ନଚେତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ପୋଲିସ କମିସନର ସୁଧାଂଶୁ ଷଡଙ୍ଗୀ।

ଫାଇଲ ଫଟୋ

By

Published : Sep 7, 2019, 11:49 PM IST

Updated : Sep 8, 2019, 12:45 AM IST

ଭୁବନେଶ୍ବର: ହୁସିଆର ପୋଲିସ ଅଧିକାରୀ । ନୂଆ ଟ୍ରାଫିକ ନିୟମ ନମାନିଲେ ଯାଇପାରେ ଚାକିରି । କାରଣ ନୂଆ ନିୟମ ଲାଗୁ ପର ଠାରୁ ଖୋଦ ପୋଲିସ ବାବୁ ଆଇନ ଉଲଙ୍ଘନ କରୁଥିବା ସୋସିଆଲ ମିଡ଼ିଆରେ ହୋଇଛି ଭାଇରାଲ ।

ବାଣୀବିହାର ଓଭରବ୍ରିଜରେ ପିସିଆର ଭ୍ୟାନର ଡୋର ଖୋଲା ଭିଜୁଆଲ ଭାଇରାଲ ହେବା ପରେ ତତ୍ପରତା ପ୍ରକାଶ କରିଛି ପୋଲିସ । ସେହିଭଳି କିଛି ମହିଳା ଓ ପୁରୁଷ ପୋଲିସ ଅଧିକାରୀ ବିନା ହେଲମେଣ୍ଟରେ ଯାତ୍ରା କରୁଥିବାର ଭିଜୁଆଲ ମଧ୍ୟ ସୋସିଆଲ ମିଡିଆରେ ଖେଳି ବୁଲିଛି । ଯାହାକୁ ସାଧାରଣ ଜନତା ପୋଲିସ ବିଭାଗ ଉପରେ ଅସନ୍ତୁଷ୍ଟ ପ୍ରକାଶ କରିଛନ୍ତି ।

ଭିଡ଼ିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ସାଧାରଣ ଲୋକ ମୋଟା ଅଙ୍କର ଟଙ୍କା ଫାଇନ ଦେଉଥିବା ବେଳେ ପୋଲିସ ବାବୁ ଖୁଲମଖୁଲା ବୁଲୁଛନ୍ତି । ଫଳରେ ରାଜମହଲରେ ସାଧାରଣ ଜନତା ଉତ୍ୟକ୍ତ ହେବା ସହ ପୋଲିସ ଭ୍ୟାନକୁ ଭଙ୍ଗାରୁଜା କରିଛନ୍ତି । ଏଥିପାଇଁ ପୋଲିସ କମିସନର ସମସ୍ତ ଅଧିକାରୀଙ୍କୁ କଡା ତାଗିଦ କରିଛନ୍ତି।

ନୂଆ ମଟର ଯାନ ନିୟମକୁ ପୋଲିସ ଅଧିକାରୀ ନମାନିଲେ କିମ୍ବା କିଛି ଅଭିଯୋଗ ଆସିଲେ କଡା କାର୍ଯାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ପୋଲିସ କମିସନର। ଏପରିକି ଚାକିରିରୁ ନିଲମ୍ବନ ମଧ୍ୟ ହୋଇପାରନ୍ତି ବୋଲି ତାଗିଦ କରିଛନ୍ତି।


ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ

Last Updated : Sep 8, 2019, 12:45 AM IST

ABOUT THE AUTHOR

...view details