ଭୁବନେଶ୍ବର: ଅଭିଭାବକଙ୍କ ସହ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ପାଠ ପଢ଼ାଇଲା ଭୁବନେଶ୍ବର ପୋଲିସ । ସାରା ରାଜ୍ୟରେ ଟ୍ରାଫିକ ନିୟକକୁ ତିନି ମାସ କୋହଳ କରିବା ପରେ ଏବେ ଓଡିଶା ପୋଲିସ ସାରା ରାଜ୍ୟରେ ବୁଲି ବୁଲି ଲୋକ ମାନଙ୍କୁ ଟ୍ରାଫିକ ନିୟମ ବୁଝାଉଛି ।
ଅନ୍ୟପଟେ ସ୍କୁଲ କଲେଜର ଛାତ୍ରଛାତ୍ରୀ ଟ୍ରାଫିକ ନିୟକ ବୁଝାଇବା ପୂର୍ବରୁ ଆଜି ଭୁବନେଶ୍ବର ଟ୍ରାଫିକ ପୋଲିସ ପିଲାଙ୍କ ଅଭିଭାବକ ଓ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଟ୍ରାଫିକ ନିୟମର ପାଠ ପଢ଼ାଇଛି । କାରଣ ପିଲା ମାନେ ପ୍ରଥମେ ନିଜର ଗୁରୁଙ୍କ କଥାକୁ ବେଶୀ ଧ୍ୟାନ ଦିଅନ୍ତି ।