ଭୁବନେଶ୍ବର: ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଦ୍ବାରା ବିଭିନ୍ନ ଜିଲ୍ଲାର ନୂତନ ଅଦାଲତ ଉଦଘାଟିତ ହୋଇଛି । ମୁଖ୍ୟ ବିଚାରପତି ଡ. ଏସ୍.ମୂରଲୀଧର ଭିଡିଓ କନଫରେନ୍ସ ଜରିଆରେ ନୂତନ ଅଦାଲତ ଉଦଘାଟନ କରିଛନ୍ତି ।
ଖୋର୍ଦ୍ଧା ଜିଲ୍ଲା ଭୁବନେଶ୍ବର ସ୍ଥିତ ସିନିୟର ସିଭିଲ୍ ଜଜଙ୍କ କୋର୍ଟର ବାଣିଜ୍ୟିକ ଅଦାଲତ, ପୁରୀ ଜିଲ୍ଲା ବ୍ରହ୍ମଗିରିଠାରେ ଗ୍ରାମ ନ୍ୟାୟଳୟ, ନୟାଗଡ ଜିଲ୍ଲା ଓଡଗାଁ ଠାରେ ସିଭିଲ ଜଜ(ସିନିୟର ଡିଭିଜନ) ତଥା ଆସିଷ୍ଟାଣ୍ଟ ସେସନ୍ସ ଜଜ ଅଦାଲତର ଶୁଭ ଉଦଘାଟନ ହୋଇଛି ।