ଭୁବନେଶ୍ବର: ରାଜ୍ୟରେ ପୁଣି ତିଆରି ହେବ କୋଭିଡ୍ ହସପିଟାଲ । ଏହାସହ ବିଭିନ୍ନ ହସପିଟାଲର ବେଡ ସଂଖ୍ୟା ବଢାଯିବା ନେଇ ରାଜ୍ୟ ସ୍ଵାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି । ଏହି ସୂଚନା ଅନୁସାରେ କଟକ ଏସସିବି ମେଡିକାଲ, କୋରାପୁଟ ମେଡିକାଲ , ଖୋର୍ଦ୍ଧା ଜିଲ୍ଲାରେ କୋଭିଡ୍ ହସପିଟାଲ ଖୋଲାଯିବ ।
ଏସସିବିରେ ମେଡିସନ୍ ଓ୍ଵାର୍ଡରେ ତିଆରି ହେବ କୋଭିଡ୍ ହସପିଟାଲ । ଏବେ ଏସସିବି ମେଡିକାଲରେ ୨୦୦ କୋଭିଡ୍ ବେଡ୍ ରହିଛି । ଏହାସହ ୨୫ ଟି ନୂଆ ଆଇସିୟୁ ବେଡ୍ ତିଆରି କରାଯିବ । ଅପରପକ୍ଷରେ କୋରାପୁଟରେ ୭୦ ବେଡ୍ ବିଶିଷ୍ଟ କୋଭିଡ୍ ହସ୍ପିଟାଲ ତିଆରି କରାଯିବ । ସର୍ଜରୀ ଓ୍ଵାର୍ଡକୁ କୋଭିଡ୍ ହସପିଟାଲରେ ରୂପାନ୍ତରିତ କରାଯିବ । ଏଥିରେ ୬୫ଟି କୋଭିଡ୍ ବେଡ୍ ସହ ୫ଟି ଆଇସିୟୁ ଓ୍ଵାର୍ଡ ରହିବ । ଏହାସହ କ୍ୟାପିଟାଲ ହସପିଟାଲରେ ୫ଟି ଆଇସିୟୁ ଓ୍ଵାର୍ଡ ତିଆରି କରାଯିବ । ଏହାସହ ଅଶ୍ଵିନୀ ହସପିଟାଲରେ ୩୦ଟି ଆଇସିୟୁ ସହ ୨୧ ଏଚଡିୟୁ, 7 ଦିନ ମଧ୍ୟରେ କାର୍ଯ୍ୟକାରୀ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।