ଓଡିଶା

odisha

ETV Bharat / city

ନୂଆବର୍ଷରେ ନବୀନଙ୍କ ନୂଆ ଚ୍ୟାଲେଞ୍ଜ

୨୦୧୯ ବର୍ଷ ଶେଷ ହେବାକୁ ବସିଛି , ଆଉ ମାତ୍ର କେଇଘଣ୍ଟା ପରେ ପଦାର୍ପଣ କରିବ ନବବର୍ଷ ୨୦୨୦ । ନୂଆ ଆଶା ନୂଆ ଆକାଂକ୍ଷା ସହ ନୂଆ ଚ୍ୟାଲେଞ୍ଜ ବି ଆସିବ । ତେବେ ରାଜ୍ୟରେ ଦୀର୍ଘ ବର୍ଷ ଧରି ଶାସନ ଗାଦିରେ ଥିବା ବିଜୁ ଜନତା ଦଳ ପାଇଁ କ’ଣ ରହିବ ଚ୍ୟାଲେଞ୍ଜ। ଜାଣନ୍ତୁ ଅଧିକ ଖବର...

By

Published : Dec 31, 2019, 9:52 PM IST

ନୂଆବର୍ଷରେ କଣ ରହିବ ବିଜେଡିର ନୂଆ ଚ୍ୟାଲେଞ୍ଜ!
ନୂଆବର୍ଷରେ କଣ ରହିବ ବିଜେଡିର ନୂଆ ଚ୍ୟାଲେଞ୍ଜ!

ଭୁବନେଶ୍ବର: ଆଉ କିଛି ଘଣ୍ଟାର ଅପେକ୍ଷା । ୨୦୧୯ ବର୍ଷ ଶେଷ ହେବାକୁ ବସିଛି , ଆଉ ମାତ୍ର କେଇଘଣ୍ଟା ପରେ ଆସିବ ପଦାର୍ପଣ କରିବ ନବବର୍ଷ ୨୦୨୦ । ନୂଆ ଆଶା ନୂଆ ଆକାଂକ୍ଷା ସହ ନୂଆ ଚ୍ୟାଲେଞ୍ଜ ବି ଆସିବ । ତେବେ ରାଜ୍ୟରେ ଦୀର୍ଘ ବର୍ଷ ଧରି ଶାସନ ଗାଦିରେ ଥିବା ବିଜୁ ଜନତା ଦଳ ପାଇଁ କଣ ରହିବ ଚ୍ୟାଲେଞ୍ଜ। ବର୍ଷ ୨୦୨୦ ରାଜ୍ୟ ସରକାରଙ୍କ ପାଇଁ ନୂଆ ସଂକଳ୍ପ ଓ ନୂଆ ଉତ୍ସାହ ନେଇ ଆସିବ । ହେଲେ ସାମନାରେ ମଧ୍ୟ ନୂଆ ଚ୍ୟାଲେଞ୍ଜର ସାମନା କରିବ ଦଳ ।

ଏବେ ଆସନ୍ତୁ ନଜର ପକାଇବା କଣ ରହିବ ବିଜେଡି ଦଳ ଓ ରାଜ୍ୟ ସରକାରଙ୍କ ପାଇଁ ଚ୍ୟାଲେଞ୍ଜ...

  • ନୂଆ ଯୋଜନାକୁ କାର୍ଯ୍ୟକାରୀ କରିବା ସହ ପୁରୁଣା ଯୋଜନାର ପ୍ରାଥମିକତା ଚ୍ୟାଲେଞ୍ଜ ରହିବ।
  • ନୂଆ ଯୋଜନା " ମୋ ସରକାର " ଓ 5T କୁ କାର୍ଯ୍ୟକାରୀ କରିବା ସରକାରଙ୍କ ପାଇଁ ଚ୍ୟାଲେଞ୍ଜ ହେବ ।
  • ତେବେ 5T କୁ ରାଜ୍ୟ ସରକାରଙ୍କ ସମସ୍ତ ୪୨ଟି ବିଭାଗରେ ଲାଗୁ କରିବା ମଧ୍ୟ ଏକ ଚ୍ୟାଲେଞ୍ଜ ହେବ ।
  • ପୁରୁଣା ଯୋଜନା କାଳିଆ , ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ , ମମତା , ବିଜୁ ପକ୍କା ଘର ଏବଂ ରାଜ୍ୟ ସରକାରଙ୍କ ବିଭିନ୍ନ ପ୍ଲାଗସିପ୍ ଯୋଜନାକୁ ସଠିକ୍ ଭାବେ ପରିଚାଳନା କରିବା ସରକାରଙ୍କ ପାଇଁ ବଡ ଆହ୍ଵାନ ହେବ ।
  • ଏହା ସହ ରାଜ୍ୟରେ ଦୀର୍ଘ ୨ ବର୍ଷ ହେବ ପୌର ନିର୍ବାଚନ ହୋଇପାରିନାହିଁ । ସମସ୍ତ ପୌରସଂସ୍ଥାର କାର୍ଯ୍ୟକାଳ ଶେଷ ହୋଇସାରିଛି । ସେଗୁଡ଼ିକର ନିର୍ବାଚନ କରିବା ସରକାରଙ୍କ ସହ ବିଜୁଜନତା ଦଳ ପାଇଁ ଏକ ଚ୍ୟାଲେଞ୍ଜ ହେବ ।
  • ଏହା ସହ ସମବାୟ ସଂସ୍ଥା ମାନଙ୍କର ମଧ୍ୟ ନିର୍ବାଚନ ଚଳିତ ବର୍ଷ ହେବାର ଥିବାରୁ ଏହା ମଧ୍ୟ ଏକ ଚ୍ୟାଲେଞ୍ଜ ରହିବ।
  • ଚଳିତ ବର୍ଷ ମେ ୨୯ତାରିଖରେ ରାଜ୍ୟ ସରକାରକୁ ଏକ ବର୍ଷ ପୂରିବ । ଏକବର୍ଷର ସମସ୍ତ ବିଭାଗର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ତାହା ମଧ୍ୟ ଏକ ବଡ ଚ୍ୟାଲେଞ୍ଜ ରୂପେ ଉଭା ହେବ ।
  • ରାଜ୍ୟ ସରକାର ଦେଇଥିବା ଜନସାଧାରଣଙ୍କୁ ପ୍ରତିଶ୍ରୁତି ପାଳନ କରିବା ଏକ ବଡ ଚ୍ୟାଲେଞ୍ଜ ହେବ । ଲୋକଙ୍କ ନିକଟରେ ସେବା ପହଞ୍ଚିବା ଲକ୍ଷ୍ୟ ହାସଲ କରିବା ନିଶ୍ଚିତ ରୂପେ ଏକ ବଡ ଚ୍ୟାଲେଞ୍ଜ ହେବ ସରକାରଙ୍କ ପାଇଁ ।
  • ସେପଟେ ଦଳ ମଧ୍ୟରେ ଥିବା ଅସନ୍ତୁଷ୍ଟଙ୍କୁ ଏକଜୁଟ କରିବା ସହ ଆଗାମୀ ଦିନରେ ଥଇଥାନ କରିବା ପାଇଁ ବିଜେଡି ପାଇଁ ଆଉ ଏକ ଚ୍ୟାଲେଞ୍ଜ ହେବ ।
  • ଶେଷରେ ବିରୋଧୀ କଂଗ୍ରେସ ଓ ବିଜେପି ରାଜ୍ୟରେ ଦିନକୁ ଦିନ ସକ୍ରିୟ ଭୂମିକାରେ ଅବର୍ତୀଣ୍ଣ ହେଉଛନ୍ତି । ତାଙ୍କୁ ମୁକାବିଲା କରିବା ସହ ଦଳୀୟ ସଂଗଠନକୁ ସୁଦୃଢ କରିବା ମଧ୍ୟ ବିଜେଡି ପାଖରେ ଚ୍ୟାଲେଞ୍ଜ ରହିବ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details