ଭୁବନେଶ୍ବର: କଳି ହେଲା କାଳ । ସାମାନ୍ୟ କଳି ପାଇଁ ପଡୋଶୀ ନେଲା ପ୍ରତିଶୋଧ । ଘର କଳିରୁ ପଡୋଶୀ ଏମିତି ରାଗ ସୁଝାଇବେ ତାହା କେବେ କଳ୍ପନା କରିନଥିଲେ ମହିଳା । ଶେଷରେ ସର୍ବସାଧାରଣରେ ମହିଳାଙ୍କୁ ସୋସିଆଲ ମିଡିଆରେ ସଜେଇଦେଲା କଲ ଗାର୍ଲ । ଚନ୍ଦ୍ରଶେଖରପୁରରେ ରହୁଥିବା ଜଣେ ମହିଳାଙ୍କ ନାଁ ଓ ନମ୍ବରକୁ ତାଙ୍କ ପଡୋଶୀ କଲ ଗାର୍ଲ ଭାବେ ସୋସିଆଲ ମିଡିଆରେ ଅପଡେଟ କରିବା ପରେ ଏବେ ମହିଳାଙ୍କ ନିକଟକୁ ଆସୁଛି ଘନଘନ କଲ । ଯାହା ଏବେ ମହିଳାଙ୍କ ମୁଣ୍ଡକୁ ତଳକୁ କରିଦେଇଛି । ସମାଜ ଆଗରେ ମୁଣ୍ଡ ଟେକିବାକୁ ଏବେ ସାହାସ ବି କରୁନାହାନ୍ତି ମହିଳାଜଣଙ୍କ ।
ପଡୋଶୀ ଘର ଝିଅ ସାମାନ୍ୟ କଳିକୁ ନେଇ ମହିଳାଙ୍କ ଅଜାଣତରେ ମହିଳାଙ୍କ ନମ୍ବରକୁ ସୋସିଆଲ ମିଡିଆରେ କଲ ଗାର୍ଲ ଭାବେ ଅପଡେଟ କରିଥିଲେ । ଏହାପରେ ମହିଳାଙ୍କୁ କଲ ଗାର୍ଲ ଭାବି ଅନେକ କଲ ଆସିବା ସହ ଆସୁଛି ଅଶ୍ଳୀଳ ଫଟୋ । ବିଭିନ୍ନ ପ୍ରକାର ଲୋକ ମଧ୍ୟ ଯୋଗାଯୋଗ କରୁଛନ୍ତି । ଯାହା ମହିଳାଙ୍କ ନିଦ ହଜାଇ ଦେଇଛି । ସାମାନ୍ୟ କଳିରୁ ପଡୋଶୀ ଘରର ଝିଅ ଏପରି କରିବ ବୋଲି ତାହା କେବେ ସ୍ବପ୍ନରେ ଭାବିନଥିଲେ ମହିଳା ଜଣଙ୍କ ।