ଓଡିଶା

odisha

By

Published : Nov 12, 2021, 7:49 PM IST

ETV Bharat / city

କଳାହାଣ୍ଡି SPଙ୍କୁ ରିପୋର୍ଟ ତଲବ କଲେ NCPCR

କଳାହାଣ୍ଡି ମହାଲିଙ୍ଗ ସ୍କୁଲ ଶିକ୍ଷୟତ୍ରୀ ମମିତା ମେହେର ହତ୍ୟାକାଣ୍ଡ ଓ ସ୍କୁଲର ଅନୈତିକ କାମକୁ ନେଇ କଡା ଆଭିମୁଖ୍ୟ ଆପଣାଇଛନ୍ତି ଜାତୀୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ (NCPCR) । ଅଧିକ ପଢନ୍ତୁ...

NCPCR
NCPCR

ଭୁବନେଶ୍ବର:କଳାହାଣ୍ଡି ମହାଲିଙ୍ଗ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡ ଓ ସ୍କୁଲର ଅନୈତିକ କାମକୁ ନେଇ କଡା ଆଭିମୁଖ୍ୟ ଆପଣାଇଛନ୍ତି ଜାତୀୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ (NCPCR) ।

କଳାହାଣ୍ଡି ଆରକ୍ଷି ଅଧ୍ୟକ୍ଷଙ୍କୁ NCPCR ଙ୍କ ନୋଟିସ

ପୁରା ଘଟଣାର ବର୍ତ୍ତମାନ ସୁଦ୍ଧା କଣ କଣ ଘଟିଛି, ଘଟଣାର ତଦନ୍ତର ଅଗ୍ରଗତି କେଉଁ ସ୍ଥିତିରେ ଅଛି ସମ୍ପୂର୍ଣ୍ଣ ତଥ୍ୟ ୩ ଦିନ ମଧ୍ୟରେ ଦାଖଲ କରିବାକୁ କଳାହାଣ୍ଡି ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ନୋଟିସ ଜାରି କରିଛନ୍ତି । ଏହାସହ ପୂର୍ବରୁ ଏନସିପିସିଆର ନିଜ ଆଡୁ ମାମଲା ରୁଜୁ କରି ବଲାଙ୍ଗୀର ଆରକ୍ଷୀ ଅଧିକ୍ଷକଙ୍କୁ ନୋଟିସ ଜାରି କରିଥିଲେ । କିନ୍ତୁ ଘଟଣା ନିଜ ଜିଲ୍ଲାର ହୋଇନଥିବାରୁ ବଲାଙ୍ଗୀର ପୋଲିସ କୌଣସି ଉତ୍ତର ଦେବାକୁ ଅକ୍ଷମତା ପ୍ରକାଶ କରିଥିଲା ।

ପରେ ଏନସିପିସିଆର ଘଟଣାର ପୁରା ରିପୋର୍ଟ ଦେବା ପାଇଁ କଳାହାଣ୍ଡି ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ନୋଟିସ ଜାରି କରିଛନ୍ତି । ପୁରା ଘଟଣା କିଭଳି ଘଟିଲା, ଘଟଣାରେ କିଏ କିଏ ସମ୍ପୃକ୍ତ, କାହାକୁ ଗିରଫ କରାଯାଇଛି, କଣ ତଦନ୍ତ ହୋଇଛି କଣ କାର୍ଯ୍ୟାନୁଷ୍ଠାନ ହୋଇଛି ପୁରା ତଥ୍ୟ 3 ଦିନ ମଧ୍ୟରେ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି କମିଶନ ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details