ଓଡିଶା

odisha

ETV Bharat / city

କନ୍ଧମାଳ ଲୋକସଭା ଓ 7ଟି ବିଧାନସଭା ଆସନରେ ପ୍ରାର୍ଥୀ ଦେବ ଏନସିପି

ଏଥର ମଧ୍ୟ ନିର୍ବାଚନରେ ପ୍ରାର୍ଥୀ ଦେବ ଏନସିପି । ପ୍ରଥମ ପର୍ଯ୍ୟାୟରେ କନ୍ଧମାଳ ଲୋକସଭା ଏବଂ 7ଟି ବିଧାନସଭାରେ ଦଳୀୟ ପ୍ରାର୍ଥୀ ଲଢ଼ିବା ନେଇ ଘୋଷଣା କଲେ ରାଜ୍ୟ ସଭାପତି ।

By

Published : Mar 23, 2019, 11:08 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ୱର

ଭୁବନେଶ୍ୱର: ଚଳିତ ନିର୍ବାଚନ ଲାଗି ପ୍ରଥମ ପର୍ଯ୍ୟାୟ ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଗଲାଣି । ଇତିମଧ୍ୟରେ ଅଳ୍ପେ ବହୁତେ ପ୍ରାୟ ସମସ୍ତ ଦଳ କିଛି କିଛି ପ୍ରାର୍ଥୀଙ୍କ ନାଁ ଘୋଷଣା କରିସାରିଲେଣି । ତେବେ ଚଳିତ ଥର ମଧ୍ୟ ରାଜ୍ୟରେ ପ୍ରାର୍ଥୀ ଦେବାକୁ ଯାଉଛି ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି(ଏନସିପି)।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ୱର

ଦଳୀୟ ସୂତ୍ରରୁ ମିଳିଥିବା ଖବର ମୁତାବକ କନ୍ଧମାଳ ଲୋକସଭା ସମେତ ଏହା ଅଧିନସ୍ଥ ୭ଟି ବିଧାନସଭା କ୍ଷେତ୍ରରେ ପ୍ରାର୍ଥୀ ଦେବ ଏନସିପି । ଶନିବାର ଏକ ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ଦେଇଛନ୍ତି ଏନସିପି ରାଜ୍ୟ ସଭାପତି ଏସ ମକ୍‌ସୁଦ ଅଲ୍ଲୀ । ତେବେ ନାବାର୍ଡର ପୂର୍ବତନ ଅଧିକାରୀ ଅଭିରାମ ପଟ୍ଟନାୟକଙ୍କୁ କନ୍ଧମାଳରେ ଲୋକସଭା ପ୍ରାର୍ଥୀ କରିବା ନେଇ ଦଳ ପକ୍ଷରୁ ଘୋଷଣା କରିଛନ୍ତି ରାଜ୍ୟ ସଭାପତି ।

ଏହାସହ କନ୍ଧମାଳ ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ଭଞ୍ଜନଗର, ଦଶପଲ୍ଲା, ବୌଦ୍ଧ, କଣ୍ଟାମାଳ, ଫୁଲବାଣୀ, ଜି. ଉଦୟଗିରି ଓ ବାଲିଗୁଡା ବିଧାନସଭା ନିର୍ବାଚନ ମଣ୍ଡଳୀ ଗୁଡିକ ପାଇଁ ଆସନ୍ତା ୨୪ ମାର୍ଚ୍ଚରେ ପ୍ରାର୍ଥୀ ଘୋଷଣା କରାଯିବ ବୋଲି ମକ୍‌ସୁଦ ଅଲ୍ଲୀ କହିଛନ୍ତି । ଏହା ବାଦ ରାଜ୍ୟରେ ଅନ୍ୟ ୭ଟି ବିଧାନସଭା କ୍ଷେତ୍ରରେ ମଧ୍ୟ ପ୍ରାର୍ଥୀ ଦେବାନେଇ ବିଚାର ବିମର୍ଷ ଚାଲିଥିବା ସେ ଜଣାଇଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details