ଭୁବନେଶ୍ବର: ୭୫ ତମ ସ୍ବାଧୀନତା ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ମାର୍ଟ ହେଲଥ କାର୍ଡ ଘୋଷଣା କରିଛନ୍ତି । ଏହାକୁ ନେଇ କଂଗ୍ରେସ ନେତା ସୁର ରାଉତରାୟ କହିଛନ୍ତି ଯେ ଏହା ନବୀନଙ୍କ ନିର୍ବାଚନୀ ଥୋପ ।
ନିର୍ବାଚନ ଆସିଲେ ନବୀନ ବାବୁଙ୍କୁ ଲୋକଙ୍କ କଥା ମନେ ପଡେ । ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ ଅଛି । ଭୋଟ ହାତେଇବାକୁ ଏଭଳି ଯୋଜନା ଘୋଷଣା କରିଛନ୍ତି ନବୀନ ବାବୁ । ଏହାର କୌଣସି ବାସ୍ତବତା ନାହିଁ । ଆଗରୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ କାର୍ଡ ଦେଇଥିଲେ ହେଲେ କେତେ ଲୋକ ଉପକୃତ ହୋଇଛନ୍ତି ତାର ସତ୍ୟତା ଖୋଜନ୍ତୁ । ସ୍ମାର୍ଟ ହେଲଥ କାର୍ଡ ଯୋଜନା ଏକ ନିର୍ବାଚନୀ ଧୂଆଁବାଣ । ପୂର୍ବରୁ କାଳିଆ ଯୋଜନାରେ ଚାଷୀଙ୍କୁ କହିଲେ ଗୋଟିଏ, ଦେଲେ ଗୋଟିଏ । ସ୍ଵାଧୀନତାର ୭୫ ବର୍ଷରେ ନବୀନ ହେଲଥ କାର୍ଡ ବାଣ୍ଟିବେ ,ସାଢେ ୩ କୋଟି ଲୋକେ ଉପକୃତ ହେବେ ଏଭଳି ଯୋଜନା କେବଳ ମିଛ ପ୍ରଚାର ।