ଓଡିଶା

odisha

ETV Bharat / city

କାଲି ନାମାଙ୍କନ ଦାଖଲ କରିବେ ନବୀନ

ଆସନ୍ତାକାଲି(ବୁଧବାର) ନାମାଙ୍କନ ପତ୍ର ଦାଖଲ କରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ହିଞ୍ଜିଳିକାଟୁ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ନାମାଙ୍କନ ପତ୍ର ଦାଖଲ କରିବେ ନବୀନ।

By

Published : Mar 19, 2019, 12:34 PM IST

ଫାଇଲ ଫଟୋ

ଭୁବନେଶ୍ବର: ଆସନ୍ତାକାଲି(ବୁଧବାର) ନାମାଙ୍କନ ପତ୍ର ଦାଖଲ କରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ହିଞ୍ଜିଳିକାଟୁ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ନାମାଙ୍କନ ପତ୍ର ଦାଖଲ କରିବେ ନବୀନ। ଛତ୍ରପୁର ଉପଜିଲ୍ଲାପାଳ କାର୍ଯ୍ୟାଳୟରେ ସେ ବିଜେଡିରୁ ପ୍ରାର୍ଥିପତ୍ର ଦାଖଲ କରିବେ ବୋଲି ସୂଚନା ମିଳିଛି।

ପ୍ରାର୍ଥିପତ୍ର ଦାଖଲ ସମୟରେ ସୁପ୍ରିମୋଙ୍କ ସହିତ ଗଞ୍ଜାମର ସମସ୍ତ ବିଧାୟକ ଓ ସାଂସଦ ଉପସ୍ଥିତ ରହିବେ ବୋଲି ଜଣାପଡିଛି। ଗତକାଲି (ସୋମବାର) ବିଜେଡି ତାର ପ୍ରଥମ ପର୍ଯ୍ୟାୟ ଟିକେଟ ଘୋଷଣା କରିବା ପରେ ନବୀନ ବୁଧବାର ନାମାଙ୍କନ ପତ୍ର ଦାଖଲ କରିବେ।

ସୂଚନା ଥାଉକି, ଚଳିତ ବର୍ଷ ନିର୍ବାଚନରେ ନବୀନ ଦୁଇଟି ନିର୍ବାଚନ ମଣ୍ଡଳୀ ହିଞ୍ଜିଳିକାଟୁ ଓ ବିଜେପୁରରୁ ବିଜେଡି ପ୍ରାର୍ଥୀ ଭାବେ ଠିଆ ହେବେ ବୋଲି ଘୋଷଣା ସରିଛି।

ଭୁବନେଶ୍ବରରୁ ଅଜିତ୍ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details