ଭୁବନେଶ୍ବର: ଅଷ୍ଟମ ଜାତୀୟ ଜନଜାତି କଳା ସାମଗ୍ରୀର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । 7 ଦିନ ଧରି ଏହି କଳା ପ୍ରଦର୍ଶନୀ କରାଯିବ । ଦେଶର ୧୮ ଗୋଟି ରାଜ୍ୟରୁ ୨୫୦ ଜନଜାତିର କଳାକାର ଅଂଶଗ୍ରହଣ କରିଛନ୍ତି ।
ସୂଚନାନୁଯାୟୀ, ଓଡିଶା ରାଜ୍ୟ ଜନଜାତି ସଂଗ୍ରାଳୟ ପରିସରରେ ଶନିବାର ଠାରୁ 7 ଦିନ ଧରି ମେଳା ଅନୁଷ୍ଠିତ ହେବ । ଏହି ଜନଜାତି ମେଳାରେ ଓଡିଶା ସମେତ ସିକିମ, ମହାରାଷ୍ଟ୍ର, ତାମିଲନାଡୁ ପରି ୧୮ ଗୋଟି ରାଜ୍ୟର ୨୫୦ରୁ ଅଧିକ ଜନଜାତି କଳାକାର ଅଂଶଗ୍ରହଣ କରିଛନ୍ତି । ହସ୍ତଶିଳ୍ପ, ତନ୍ତବୁଣା ସାମଗ୍ରୀ, ବାଉଁଶ କାରୁକାର୍ଯ୍ୟ, ଲାଖ, ଜନଜାତି ଅଳଙ୍କାର, ଚିତ୍ରକଳା ସହ ବିଭିନ୍ନ କଳା ସାମଗ୍ରୀର ପ୍ରଦର୍ଶନ ଏହି ଜନଜାତି ମେଳାର ମୁଖ୍ୟ ଆକର୍ଷଣ ।