ଭୁବନେଶ୍ବର: ହସ୍ତଶିଳ୍ପ କଳା କ୍ଷେତ୍ରରେ ଓଡ଼ିଶାର କାରିଗର ଉଲ୍ଲେଖନୀୟ ପ୍ରଦର୍ଶନ କରିଛନ୍ତି । ଯେଉଁଥିପାଇଁ ଆମ ଓଡ଼ିଶାର 8 ଜଣ ଶିଳ୍ପୀ 2017 ମସିହା ପାଇଁ ହସ୍ତଶିଳ୍ପ କ୍ଷେତ୍ରରେ ରାଷ୍ଟ୍ରୀୟ ପୁରସ୍କାର ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି ।
ସେମାନଙ୍କୁ ବିଭାଗ ପକ୍ଷରୁ ଜନତା ମୈଦାନଠାରେ ଆୟୋଜିତ ରାଜ୍ୟସ୍ତରୀୟ ହସ୍ତଶିଳ୍ପ ପ୍ରଦର୍ଶନୀ ଅବସରରେ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଓଡିଶା ସରକାରଙ୍କ ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ ବିଭାଗ ପକ୍ଷରୁ ସେମାନଙ୍କ କଳାର ବିକାଶ ପାଇଁ ପ୍ରୋତ୍ସାହନ ପ୍ରଦାନ ପାଇଁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।
ଐହି କାର୍ଯ୍ୟକ୍ରମରେ ବିଭାଗୀୟ ମନ୍ତ୍ରୀ ପଦ୍ମିନୀ ଦିଆନ ଯୋଗ ଦେଇ ଶିଳ୍ପୀମାନଙ୍କୁ ସମ୍ବର୍ଦ୍ଧିତ କରିବା ସହ ଆହୁରି ନୂଆ ନୂଆ ଜ୍ଞାନ କୌଶଳ ବ୍ୟବହାର କରି ଉନ୍ନତ କାରିଗରୀ ନୁପୁଣତା ପ୍ରଦର୍ଶନ ପାଇଁ ପରାମର୍ଶ ଦେଇଛନ୍ତି । ଏହି ଅବସରରେ ମନ୍ତ୍ରୀ ଓ ବିଭାଗୀୟ ଅଧିକାରୀମାନେ ସାରା ଓଡିଶାରୁ ଆସିଥିବା ଶିଳ୍ପୀମାନଙ୍କ ସହ ସେମାନଙ୍କ ସୁବିଧା ଅସୁବିଧା ବିଷୟରେ ଆଲୋଚନା କରିଥିଲେ ।