ଭୁବନେଶ୍ବର: ସମସ୍ତ ଜାତୀୟ ଏବଂ ଆଞ୍ଚଳିକ ରାଜନୈତିକ ଦଳ ଦେଶର ଅର୍ଥନୈତିକ ପ୍ରଗତିରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବା ଉଚିତ । ଏହି ଆହ୍ୱାନ ଦେଇଛନ୍ତି ଓଡିଶା ବିଧାନସଭାର ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ସ୍ବାଧୀନତାରୁ ଆରମ୍ଭକରି ଆଜି ପର୍ଯ୍ୟନ୍ତ ଭାରତୀୟ ରାଜନୀତିର ଚଳନ୍ତି ପୃଷ୍ଠଭୂମି ଉପରେ ଆଲୋଚନା ଚକ୍ରରେ ମୁଖ୍ୟ ଅତିଥି ରୂପେ ଯୋଗଦେଇ ସେ ଏହି ପରାମର୍ଶ ହେଇଛନ୍ତି । ସାମ୍ପ୍ରତିକ ରାଜନୈତିକ ପରିସ୍ଥିତି ଶାସକ ଓ ବିରୋଧୀ ଦଳର ଭୂମିକା ଏବଂ ଦେଶର ରାଜନୈତିକ ସ୍ଥିତି ଉପରେ ଆଜି ଦିନିକିଆ ସମ୍ମିଳନୀ ଅନୁଷ୍ଠିତ ହୋଇଛି ।
ଜାତୀୟ, ଆଞ୍ଚଳିକ ରାଜନୈତିକ ଦଳ ଦେଶର ଅର୍ଥନୈତିକ ପ୍ରଗତିରେ ସାମିଲ ହୁଅନ୍ତୁ: ବାଚସ୍ପତି - Regional Political party
ଦେଶର ଅର୍ଥନୈତିକ ପ୍ରଗତିରେ ବିଭିନ୍ନ ଦଳର ଗୁରୁତ୍ବପୂର୍ଣ୍ଣ ଭୂମିକା ନିତାନ୍ତ ଆବଶ୍ୟକ । IPEEM ପକ୍ଷରୁ ଆୟାେଜିତ ଆଲୋଚନା ଚକ୍ରରେ ଭାଗନେଇ ଏଭଳି ସୂଚନା ଦେଲେ ବାଚସ୍ପତି । ଅଧିକ ପଢନ୍ତୁ...
ଜାତୀୟ, ଆଞ୍ଚଳିକ ରାଜନୈତିକ ଦଳ ଦେଶର ଅର୍ଥନୈତିକ ପ୍ରଗତିରେ ସାମିଲ ହୁଅନ୍ତୁ: ବାଚସ୍ପତି
ତେବେ ଆଇପିଇଇଏମ (IPEEM) ଦ୍ବାରା ଅନୁଷ୍ଠିତ ଦିନିକିଆ ଆଲୋଚନା ଚକ୍ରରେ ମୁଖ୍ୟ ଅତିଥି ଭାବେ ବାଚସ୍ପତି ଯୋଗ ଦେଇ ଏହି ଅଭିମତ ରଖିଛନ୍ତି । ଏଥିରେ ଭାରତ ବର୍ଷର ବହୁ ଅଧ୍ୟାପକ, ବୁଦ୍ଧିଜୀବୀ, ରାଜନୈତିକ ପ୍ରତିନିଧି ପ୍ରମୁଖ ଯୋଗଦେଇଥିଲେ । ପ୍ରଫେସର ଡି.କେ ଗିରିଙ୍କ ଦ୍ବାରା ଲିଖିତ ରାଜନୈତିକ ବ୍ୟଙ୍ଗ ପୁସ୍ତକ “ଡୋଣ୍ଟ ଲାଫ ଏଟ ପଲିଟିକ୍ସ-ଆନେକଡୋଟ୍ସ ଜୋକ୍ସ ଏଣ୍ଡ କୋର୍ଟ (Don't Laugh at Politics- Anecdotes , Jokes and Quotes)" ଶୀର୍ଷକ ପୁସ୍ତକ ବାଚସ୍ପତି ଉନ୍ମୋଚନ କରିଛନ୍ତି ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ