ଭୁବନେଶ୍ବର: ଗୋଟିଏ ପଟେ ଦେଶରେ କୃଷି ଆଇନକୁ ନେଇ ଦୀର୍ଘ ମାସ ଧରି ଆନ୍ଦୋଳନ ଚାଲିଛି। ଅନ୍ୟପଟେ ରାଜ୍ୟରେ ମଣ୍ଡି ସମସ୍ୟା ସହ ଧାନ କିଣାରେ କଟନୀ ଛଟନୀ ସମସ୍ୟା ନେଇ ପଶ୍ଚିମ ଓଡିଶାର ବିଶାଳ ସମାବେଶ ହୋଇଛି। ଏହାକୁ କଡା ସମାଲୋଚନା କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର । ସେ କହିଛନ୍ତି ସରକାରଙ୍କ ହାତରେ ସମାଧାନର ବାଟ ରହିଛି । ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଏବେ ହୀନ ରାଜନୀତି କରୁଛନ୍ତି । ଲୋକଙ୍କୁ ବିଭ୍ରାନ୍ତି କରିବା ପାଇଁ ଏସବୁ ତାମସା କରାଯାଉଛି ।
ବିଜେପି ହୀନ ରାଜନୀତି କରୁଛି:ନରସିଂହ
ମଣ୍ଡି ସମସ୍ୟା ସହ ଧାନ କିଣାରେ କଟନି ଛଟନି ସମସ୍ୟା । ଏନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସମାଲୋଚନା କଲେ ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର । ଅଧିକ ପଢନ୍ତୁ...
ବିଜେପି ହୀନ ରାଜନୀତି କରୁଛି :ନରସିଂହ
ବିଜେଡି ସରକାର ସମୟରେ କଟନୀ ଛଟନୀ ,କାହିଁକି ହେଉଛି ,ଟୋକନ କାହିଁକି ମିଳୁନି ବୋଲି ସେ ପ୍ରଶ୍ନ କରିଛନ୍ତି ? ଏହାସହ ଛାଷୀଙ୍କ ଧାନ କାହିଁକି ନେଉନାହାନ୍ତି ବୋଲି ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ନରସିଂହ । ବିଜେପି ସରକାର କେନ୍ଦ୍ରରେ ରହିଛି । ଆଇନ ଅନୁସାରେ ତାଙ୍କର ଅଧିକାର ଅଛି ଧାନ କିଣିବା ପାଇଁ। ସେ ତାଙ୍କର କର୍ତ୍ତବ୍ୟ କାହିଁକି କରୁ ନାହାଁନ୍ତି । ପୋଲିସ ଷ୍ଟେସନରେ ବସିଲେ କଣ ସମାଧାନ ହୋଇଯିବ ବୋଲି କହି ବିଜେପିକୁ ସାମାଲୋଚନା କରିଛନ୍ତି ।
ଭୁବନେଶ୍ବରରୁ ତପନ ଦାସ , ଇଟିଭି ଭାରତ