ଓଡିଶା

odisha

ETV Bharat / city

କୋଭିଡ କଟକଣା ସହ ଖୋଲିଲା ନନ୍ଦନକାନନ ପ୍ରାଣୀ ଉଦ୍ୟାନ - batanikal garden reopen

ଦୀର୍ଘ ମାସ ପରେ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ନନ୍ଦନକାନନ ଓ ବଟାନିକାଲ ଗାର୍ଡେନ।

କୋଭିଡ କଟକଣାରେ ଖୋଲିଲା ନନ୍ଦନକାନନ ପ୍ରାଣୀ ଉଦ୍ୟାନ
କୋଭିଡ କଟକଣାରେ ଖୋଲିଲା ନନ୍ଦନକାନନ ପ୍ରାଣୀ ଉଦ୍ୟାନ

By

Published : Oct 4, 2020, 12:47 PM IST

ଭୁବନେଶ୍ବର: କୋଭିଡ କଟକଣାରେ ଖୋଲିଲା ନନ୍ଦନକାନନ ପ୍ରାଣୀ ଉଦ୍ୟାନ। ଦୀର୍ଘ ମାସ ପରେ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ନନ୍ଦନକାନନ ଓ ବଟାନିକାଲ ଗାର୍ଡେନ।

କୋଭିଡ ନିୟମ କଟକଣା ଅନୁସାରେ ପର୍ଯ୍ୟଟକଙ୍କୁ ପ୍ରାଣୀଉଦ୍ୟାନ ଭିତରକୁ ପ୍ରବେଶ କରାଯାଇଛି। ପ୍ରଥମ ଦିନରେ ପର୍ଯ୍ୟଟକଙ୍କର ସାମାନ୍ୟ ଭିଡ଼ ଦେଖିବାକୁ ମିଳିଛି। କୋଭିଡ କଟକଣାକୁ ଦୃଷ୍ଟିରେ ରଖି ସମସ୍ତ ପର୍ଯ୍ୟଟକ ଅନଲାଇନ ଓ ଅଫଲାଇନରେ ଟିକେଟ କରିଛନ୍ତି। ନନ୍ଦନକାନନ ଭିତରକୁ ପ୍ରବେଶ କରୁଥିବା ସମସ୍ତ ପର୍ଯ୍ୟଟକମାନଙ୍କୁ ପ୍ରବେଶ ପୂର୍ବରୁ ସାନିଟାଇଜ ଓ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି।

କୋଭିଡ କଟକଣା ଭିତରେ 15 ଶହ ପର୍ଯ୍ୟଟକ ମାନଙ୍କୁ ଅନୁମତି ଦିଆଯାଇଥିବା ବେଳେ ସାମାଜିକ ଦୂରତା ବଜାୟ ରଖି ପ୍ରବେଶ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ନନ୍ଦନକାନନ ଭିତରକୁ 7 ବର୍ଷରୁ କମ୍ ପିଲା ଓ ବୟସ୍କ ଲୋକଙ୍କୁ ବର୍ତ୍ତମାନ ପ୍ରବେଶ ନିଷେଧ କରାଯାଇଛି ବୋଲି ନନ୍ଦନକାନନର ଏସସିଏଫ ଅମୂଲ୍ୟ ପରିଡା କହିଛନ୍ତି।

କୋଭିଡ କଟକଣାରେ ଖୋଲିଲା ନନ୍ଦନକାନନ ପ୍ରାଣୀ ଉଦ୍ୟାନ

ଅନ୍ୟପଟେ ଦୀର୍ଘ ଦିନ ପରେ ନନ୍ଦନକାନନ ଖୋଲା ଯାଇଥିବାରୁ ପର୍ଯ୍ୟଟକଙ୍କ ମହଲରେ ଆନନ୍ଦ ଖେଳିଯାଇଛି । ରବିବାର ଖୋଲିବା ପରେ ନନ୍ଦନକନାନକୁ ଭୁବନେଶ୍ୱର ସମେତ ରାଜ୍ୟର କୋଣ ଅନୁକୋଣରୁ ପର୍ଯ୍ୟଟକ ଆସିବା ସହ ରାଜ୍ୟ ବହାରରୁ ମଧ୍ୟ ପର୍ଯ୍ୟଟକଙ୍କ ସୁଅ ଛୁଟିଛି।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details