ଓଡିଶା

odisha

By

Published : Aug 14, 2022, 7:45 AM IST

ETV Bharat / city

ସ୍ଵାଧୀନତା ଦିବସରେ ଖୋଲା ରହିବ ନନ୍ଦନକାନନ

ଅଗଷ୍ଟ ୧୫ରେ ପର୍ଯ୍ୟଟକଙ୍କ ପାଇଁ ଖୋଲା ରହିବ ନନ୍ଦନକାନନ । ସୋମବାର ସତ୍ତ୍ୱେ ସ୍ୱାଧୀନତା ଦିବସ ଥିବାରୁ ଖୋଲା ରହିବ ନନ୍ଦନକାନନ । ଅଧିକ ପଢନ୍ତୁ

ସ୍ଵାଧୀନତା ଦିବସ ଅବସରରେ ସୋମବାର ଦିନ ଖୋଲା ରହିବ ନନ୍ଦନକାନନ
ସ୍ଵାଧୀନତା ଦିବସ ଅବସରରେ ସୋମବାର ଦିନ ଖୋଲା ରହିବ ନନ୍ଦନକାନନ

ଭୁବନେଶ୍ବର: ଅଗଷ୍ଟ ୧୫ରେ ପର୍ଯ୍ୟଟକଙ୍କ ପାଇଁ ଖୋଲା ରହିବ ନନ୍ଦନକାନନ । ସୋମବାର ସତ୍ତ୍ୱେ ସ୍ୱାଧୀନତା ଦିବସ ଥିବାରୁ ଖୋଲା ରହିବ ନନ୍ଦନକାନନ । ଏନେଇ ସୂଚନା ଦେଇଛନ୍ତି ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଉପନିର୍ଦ୍ଦେଶକ ।

ସ୍ବାଧୀନତାର ୭୫ତମ ବର୍ଷ ପୂର୍ତ୍ତି ଅବସରରେ ସାରା ଦେଶ ଅମୃତ ମହୋତ୍ସବ ପାଳନ କରୁଛି । ଏହି ଅବସରରେ ଶନିବାରଠୁ ଆରମ୍ଭ ହୋଇଛି ହର ଘର ତ୍ରିରଙ୍ଗା ଅଭିଯାନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରତିଟି ଦେଶବାସୀଙ୍କୁ ନିଜ ଘରେ ତ୍ରିରଙ୍ଗା ପତାକା ଉଡାଇବାକୁ ଆହ୍ୱାନ କରିଛନ୍ତି । ଏହି କାର୍ଯ୍ୟକ୍ରମ ଦ୍ବାରା ଦେଶବାସୀଙ୍କ ମନରେ ଦେଶପ୍ରେମର ଭାବକୁ ଅଧିକ ଜାଗ୍ରତ କରୁଛି । ତେବେ ପ୍ରତ୍ୟେକ ସୋମବାର ନନ୍ଦନକାନନ ବନ୍ଦ ରହୁଥିବା ବେଳେ ଚଳିତ ବର୍ଷ ସୋମବାର ଦିନ ସ୍ୱାଧୀନତା ଦିବସ ପଡୁଥିିବାରୁ ନନ୍ଦନକାନନ ଖୋଲା ରଖିବାକୁ ନିଷ୍ପତ୍ତି ନିଆଯାଇଛି । ସୋମବାର ବଦଳରେ ମଙ୍ଗଳବାର ଦିନ ଉଭୟ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଓ ରାଜ୍ୟ ବଟାନିକାଲ ଉଦ୍ୟାନ ବନ୍ଦ ରହିବ ରହିବ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details