ଭୁବନେଶ୍ବର: ବାତ୍ୟା ଯିବାର ସାତ ଦିନ ବିତିଲାଣି ହେଲେ ଆଜି ବି ଭିତ୍ତିଭୂମି ସଠିକ ରୂପେ ସଜଡା ହୋଇପାରିନି । କେଉଁଠି ରାସ୍ତା ସଫା ପାଇଁ ଗଛ କଟା ଚାଲିଛି ତ ଆଉ କେଉଁଠି ବିଜୁଳି ବ୍ୟବସ୍ଥା ବିପର୍ଯ୍ୟସ୍ତ ଅବସ୍ଥାରେ । ତେବେ ଫନି ମାଡରୁ ବର୍ତ୍ତିନି ନନ୍ଦନକାନନ ପ୍ରାଣୀ ଉଦ୍ୟାନ । ବାତ୍ୟାର ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖିବା ପରେ ପର୍ଯ୍ୟଟକ ଓ ଜୀବଜନ୍ତୁଙ୍କ ସୁରକ୍ଷାକୁ ନଜରରେ ରଖି ପ୍ରାଣୀ ଉଦ୍ୟାନକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ପାଇଁ ନିଷ୍ପତ୍ତି ହୋଇଥିଲା । ତେବେ ପରିସ୍ଥିତି ସ୍ବାଭାବିକ ହେବା ପରେ ଆସନ୍ତା 21 ମେ ରୁ ଖୋଲାଯିବ ନନ୍ଦନକାନନ ।
ମେ 21ରେ ଖୋଲିବ ନନ୍ଦନକାନନ - bhubaneswar
ବାତ୍ୟାର ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖିବା ପରେ ପର୍ଯ୍ୟଟକ ଓ ଜୀବଜନ୍ତୁଙ୍କ ସୁରକ୍ଷାକୁ ନଜରରେ ରଖି ପ୍ରାଣୀ ଉଦ୍ୟାନକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ପାଇଁ ନିଷ୍ପତ୍ତି ହୋଇଥିଲା । ତେବେ ପରିସ୍ଥିତି ସ୍ବାଭାବିକ ହେବା ପରେ ଆସନ୍ତା 21 ମେ ରୁ ଖୋଲାଯିବ ନନ୍ଦନକାନନ ।
ଫଟୋ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର
ତେବେ ପର୍ଯ୍ୟଟକଙ୍କ ପାଇଁ ଏହା ଖୁସିର ଖବର । ବାତ୍ୟା ପରେ ପୁଣିଥରେ ଖୋଲିବ ନନ୍ଦନକାନନ । ସାଧାରଣ ଲୋକଙ୍କ ପାଇଁ ଏହା 21 ତାରିଖରେ ଖୋଲିବାକୁ ଥିବା ବେଳେ ଜୟଦେବ ବାଟିକା ଆସନ୍ତାକାଲି ଖୋଲାଯିବ । ସ୍ଥିତି ଠିକ ହେବା ପରେ ଏକାମ୍ର କାନନ ଖୋଲା ଯାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା କୌଣସି ବନ୍ୟଜନ୍ତୁ ମୃତାହତ ଖବର ମିଳିପାରିନାହିଁ ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ