ଓଡିଶା

odisha

ETV Bharat / city

ନଗଜା ନିରଞ୍ଜନା ହେଲେ ଖଦି କ୍ବିନ୍

ଭୁବନେଶ୍ବର ଏସପ୍ଲାନେଡ଼ ମଲ ପରିସରରେ ୱି କଲେକ୍ଟିଭ ପକ୍ଷରୁ ଆୟୋଜିତ ହୋଇଥିଲା ଫେସନ ଶୋ । ଖଦି ବସ୍ତ୍ରର ଉପଯୋଗୀତା ଓ ବୁଣାକାର ମାନଙ୍କୁ ପ୍ରୋତ୍ସାହନ କରିବା ଉଦେଶ୍ୟରେ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।

ନଗଜା ନିରଞ୍ଜନା ହେଲେ ଖଦି କ୍ବିନ୍

By

Published : Oct 5, 2019, 6:27 AM IST

ଭୁବନେଶ୍ବର: ଖଦି ବସ୍ତ୍ରର ଉପଯୋଗୀତା ଓ ବୁଣାକାର ମାନଙ୍କୁ ପ୍ରୋତ୍ସାହନ କରିବା ଉଦେଶ୍ୟରେ ଆୟୋଜିତ ହୋଇଥିଲା ଏକ ଫେସନ ଶୋ । ଯେଉଁଥିରେ ନଗଜା ନିରଞ୍ଜନା ଖଦି କ୍ବିନର ଟାଇଟଲ ହାସଲ କରିଛନ୍ତି ।


ସ୍ଥାନୀୟ ଏସପ୍ଲାନେଡ଼ ମଲ ପରିସରରେ ୱି କଲେକ୍ଟିଭ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ସ୍ଥାନରୁ ବୁଣାକାରମାନେ ସେମାନଙ୍କ ଉତ୍ପାଦର ପ୍ରଦର୍ଶନୀ ଖଦି ଫେସନ ଶୋ ମାଧ୍ୟମରେ କରାଇଥିଲେ । ଯାହାକୁ ମଡେଲ ମାନେ ପିନ୍ଧି ରାମ୍ପରେ ଚାଲିଥିଲେ । ଏହି ଅବସରରେ ମଡେଲ ନଗଜା ନିରଞ୍ଜନା ଚଳିତ ବର୍ଷ ପାଇଁ ଖଦି କ୍ବିନର ଆଖ୍ୟା ଲାଭ କରିଥିଲେ । ସେହିପରି ଅନ୍ୟ ଦୁଇଜଣ ମଡେଲ ପ୍ରଥମ ଓ ଦ୍ଵିତୀୟ ରନର୍ସଅପ ହୋଇଥିଲେ । ଏହି ଅବସରରେ ସେମାନଙ୍କୁ ଅତିଥିମାନେ ପୁରସ୍କୃତ କରିବା ସହିତ ଜଣେ ମହିଳା ବୁଣାକାରଙ୍କୁ ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରାଯାଇଛି ।

ନଗଜା ନିରଞ୍ଜନା ହେଲେ ଖଦି କ୍ବିନ୍

ଅନୁଷ୍ଠାନର ସଦସ୍ୟ ଚିଦାତ୍ମିକା ଖଟୁଆଙ୍କ ଅନୁସାରେ ୱି କଲେକ୍ଟିଭ ମହିଳା ଉଦ୍ୟୋଗୀମାନଙ୍କୁ ପ୍ରୋତ୍ସାହନ କରିବା ସହିତ ସେମାନଙ୍କ ଆର୍ଥିକ ମାନଦଣ୍ଡ ଉନ୍ନତିରେ ସହାୟତା ପ୍ରଦାନ କରିଥାଏ । ସାରା ଦେଶରେ ଗାନ୍ଧୀ ଜୟନ୍ତୀ ପାଳିତ ହେଉଥିବା ବେଳେ ଖଦି ବସ୍ତ୍ରର ମହତ୍ତ୍ବ ଲୋକମାନଙ୍କ ନିକଟରୁ ଲୋପ ହେବାକୁ ବସିଲାଣି । ତେଣୁ ଖଦି ବସ୍ତ୍ର ସହିତ ଏହା ବୁଣାକାରଙ୍କୁ ପ୍ରୋତ୍ସାହନ ଯୋଗାଇ ଦେବା ଉଦେଶ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ସେ ପ୍ରକାଶ କରିଛନ୍ତି । ଏହି ଟାଇଟଲର ଉପବିଜେତା ହେଲେ ନିରଜ ପ୍ରିୟା ଦାସ । ଏହି ଫେସନ ଶୋ ତାଙ୍କୁ ଆଗକୁ ଯିବାକୁ ଏବଂ ଖଦିର ପ୍ରଚାର ପ୍ରସାର ଦିଗରେ ପ୍ରେରଣା ଯୋଗାଇବ ବୋଲ ସେ କହିଛନ୍ତି ।


ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ABOUT THE AUTHOR

...view details