ଓଡିଶା

odisha

ETV Bharat / city

ବିଧାୟକ-ମନ୍ତ୍ରୀଙ୍କୁ ନବୀନଙ୍କ ଚିଠି, ସରକାରୀ ସ୍କୁଲକୁ ପୋଷ୍ୟ ଭାବେ ଗ୍ରହଣ କରିବାକୁ ଅନୁରୋଧ

ମୋ ସ୍କୁଲ କାର୍ଯ୍ୟକ୍ରମରେ ସାମିଲ ହୋଇଛି ସର୍ବାଧିକ 3ଟି ସରକାରୀ ବିଦ୍ୟାଳୟକୁ ପୋଷ୍ୟ ଭାବେ ଗ୍ରହଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିଠି ଲେଖିଛନ୍ତି । ଅଧିକ ପଢନ୍ତୁ...

By

Published : Jan 25, 2021, 2:46 PM IST

ବିଧାୟକ-ମନ୍ତ୍ରୀଙ୍କୁ ନବୀନଙ୍କ ଚିଠି
ବିଧାୟକ-ମନ୍ତ୍ରୀଙ୍କୁ ନବୀନଙ୍କ ଚିଠି

ଭୁବନେଶ୍ବର: ମୋ ସ୍କୁଲ କାର୍ଯ୍ୟକ୍ରମରେ ସାମିଲ ହୋଇଛି ସର୍ବାଧିକ 3ଟି ସରକାରୀ ବିଦ୍ୟାଳୟକୁ ପୋଷ୍ୟ ଭାବେ ଗ୍ରହଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିଠି ଲେଖିଛନ୍ତି । ଦୁଇ କେନ୍ଦ୍ରମନ୍ତ୍ରୀଙ୍କ ସମେତ ହାଇକୋର୍ଟର ବିଚାରପତି ଓ ରାଜ୍ୟର ସମସ୍ତ ସାଂସଦ ଓ ବିଧାୟକଙ୍କୁ ଅନୁରୋଧ କରିଛନ୍ତି । ଏନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆମେ ପଢିଥିବା ସ୍କୁଲ ସହ ଆମର ଭାବଗତ ସମ୍ପର୍କ ରହିଥାଏ ତେଣୁ ମୋ ସ୍କୁଲ କାର୍ଯ୍ୟକ୍ରମରେ ସାମିଲ ହୋଇ ସ୍କୁଲକୁ ପୋଷ୍ୟ ଭାବେ ଗ୍ରହଣ କରନ୍ତୁ ।

ତେବେ ପୂର୍ବରୁ ମଧ୍ୟ ‘ପୋଷ୍ୟ ସ୍କୁଲ୍ ଅଭିଯାନ’ ଅନ୍ତର୍ଗତ 16 ଜଣ ଆଇଏଏସ୍ ଅଧିକାରୀ 16ଟି ସ୍କୁଲକୁ ପୋଷ୍ୟ ଭାବେ ଗ୍ରହଣ କରିଥିଲେ । ସ୍କୁଲ ମାନଙ୍କର ବିକାଶ ଓ ଶୈଖିକ ବାତାବରଣ ବଜାୟ ରଖିବା ପାଇଁ ରାଜ୍ୟ ସରକାର ଏପରି ଏକ ସ୍ବତନ୍ତ୍ର ଅଭିଯାନ ଆରମ୍ଭ କରିଛନ୍ତି ।

ଭୁବନେଶ୍ବରରୁ ବ୍ୟୁରୋ ଚିଫ୍, ଇଟିଭି ଭାରତ

ABOUT THE AUTHOR

...view details