ଓଡିଶା

odisha

ETV Bharat / city

ମୁଖ୍ୟମନ୍ତ୍ରୀଙ୍କ ବିରୁଦ୍ଧରେ ପିଆଇଏଲ ଦାଖଲ କରିବ ନବନିର୍ମାଣ କୃଷକ ସଙ୍ଗଠନ

ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଦାଖଲ ହେବ ଜନସ୍ବାର୍ଥ ମାମଲା(ପିଆଇଏଲ)। କୃଷକ ବିରୋଧି ନୀତି ପାଇଁ ଆଗକୁ ନବୀନ ବିରୋଧରେ ମାମଲା ଦାଖଲ କରିବାକୁ ନିଷ୍ପତ୍ତି ନେଇଛି ନବ ନିର୍ମାଣ କୃଷକ ସଙ୍ଗଠନ।

PETITION AGAINST NAVEEN
ମୁଖ୍ୟମନ୍ତ୍ରୀଙ୍କ ବିରୁଦ୍ଧରେ ଜନସ୍ବାର୍ଥ ମାମଲା ଦାଖଲ କରିବ ନବନିର୍ମାଣ କୃଷକ ସଂଗଠନ

By

Published : Dec 24, 2019, 10:45 PM IST

ଭୁବନେଶ୍ବର: କୃଷକ ବିରୋଧି ନୀତି ନେଇ ହାଇକୋର୍ଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୋଧରେ ଜନସ୍ବାର୍ଥ ମାମଲା(ପିଆଇଏଲ) ଦାଖଲ କରିବ ନବନିର୍ମାଣ କୃଷକ ସଙ୍ଗଠନ। ଭୁବନେଶ୍ବରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏକଥା କହିଛି ସଙ୍ଗଠନ।

ମୁଖ୍ୟମନ୍ତ୍ରୀ କୋଟି କୋଟି ଲୋକଙ୍କୁ ପ୍ରତିଶ୍ରୁତି ଦେଇ ସେଥିରୁ ଓହରି ଯାଇ ଜନସାଧାରଣଙ୍କୁ ଧୋକା ଦେଇଛନ୍ତି। ସାଧାରଣ ଲୋକ ଯଦି କୌଣସି ପ୍ରତିଶ୍ରୁତି ଦେଇ ପୂରଣ ନ କରେ ତା ବିରୁଦ୍ଧରେ ଠକେଇ ଅଭିଯୋଗରେ ଦଣ୍ଡ ବିଧାନ କରାଯାଉଛି। ହେଲେ ମୁଖ୍ୟମନ୍ତ୍ରୀ ଗତ ସାଧାରଣ ନିର୍ବାଚନ ପୂର୍ବରୁ ଲକ୍ଷ ଲକ୍ଷ ଚାଷୀଙ୍କୁ କାଳିଆ ଯୋଜନା ମାଧ୍ୟମରେ ବର୍ଷକୁ ଦଶ ହଜାର ଟଙ୍କା ଦେବାକୁ ନିଷ୍ପତ୍ତି ନେବା ସହ ବଜେଟରେ ଏଥିପାଇଁ ଅର୍ଥ ବ୍ୟୟବରାଦ କରିଥିଲେ। ହେଲେ ନିର୍ବାଚନ ସରିବାର 6ରୁ 8 ମାସ ମଧ୍ୟରେ ଓହରି ଯାଇ କେନ୍ଦ୍ର ଯୋଜନାରେ ରାଜ୍ୟ ଯୋଜନାକୁ ମିଶାଇ ଟଙ୍କା ଦେବେ ବୋଲି ନିଷ୍ପତ୍ତି ନେଇଛନ୍ତି । ଯାହାକୁ ବିରୋଧୀ କରି ଏହି ମାମଲା ରୁଜୁ କରାଯିବ ବୋଲି ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ କୁହାଯାଇଛି।

ମୁଖ୍ୟମନ୍ତ୍ରୀଙ୍କ ବିରୁଦ୍ଧରେ ଜନସ୍ବାର୍ଥ ମାମଲା ଦାଖଲ କରିବ ନବନିର୍ମାଣ କୃଷକ ସଂଗଠନ

ଆୟୋଜିତ ସଙ୍ଗଠନର ରାଜ୍ୟ କାର୍ଯ୍ୟକାରିଣୀରେ ଏହି ନିଷ୍ପତ୍ତି ସହିତ ଆହୁରି 3ଟି ନିଷ୍ପତ୍ତି ନିଆଯାଇଛି। ଆସନ୍ତା 26 ତାରିଖରୁ ସରକାର ବିରୁଦ୍ଧରେ ସତ୍ୟାଗ୍ରହ ଆରମ୍ଭ କରିବ ସଙ୍ଗଠନ। ଗତ ନଭେମ୍ବରରେ ସରକାରଙ୍କୁ ଦିଆଯାଇଥିବା 18 ଦଫା ଦାବି ପୂରଣ ନ ହେଲେ ଆଗାମୀ ମେ ମାସ ଠାରୁ ଆନ୍ଦୋଳନକୁ ତ୍ବରାନ୍ବିତ କରିବା ପାଇଁ ପାଣ୍ଠିସଂଗ୍ରହ ଏବଂ କେନ୍ଦ୍ରସରକାର ଦେଶରେ ଆଣୁଥିବା ସିଏଏକୁ ବିରୋଧ କରାଯାଇଛି। କାରଣ ଏହା ଦ୍ବାରା ସମ୍ବିଧାନର 14 ଧାରା କ୍ଷୁର୍ଣ୍ଣ ହେବା ସହ ନାଗରିକ ଅଧିକାରର ଉଲଂଘନ ହେଉଥିବା କୁହାଯାଇଛି।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ABOUT THE AUTHOR

...view details